latest

ପାଦର ଆଙ୍ଗୁଠି କହିବ ଆପଣଙ୍କ ଭାଗ୍ୟ

ପ୍ରାୟ ସବୁ ଲୋକ ଭାଗ୍ୟ ଉପରେ ନିର୍ଭର କରନ୍ତି । ଏପରିକି ଅନେକ ଲୋକ ଅଛନ୍ତି ଯେଉଁମାନେ କଥା କଥାକେ ଭାଗ୍ୟର ଦୋଷ ଦିଅନ୍ତି । ଏଥିପାଇଁ ଅନେକ ପୂଜା ସହ ନାନାଦି ହରକତ ମଧ୍ୟ କରନ୍ତି । ତେବେ ଯଦି ଆପଣ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି ତାହାଲେ ଏହା ଆପଣଙ୍କ ପାଦରେ ଅଛି । ପାଦର ଆଙ୍ଗୁଠି ଗୁଡିକ ମଧ୍ୟରେ ଲୁଚିରହିଛି ଆପଣଙ୍କ ଭାଗ୍ୟ ।

– ଯଦି ପାଦର ଗୋଟିଏ ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ଛୋଟ ତାହାଲେ ଆପଣଙ୍କ ଭାଗ୍ୟରେ ସମୃଦ୍ଧି ଲେଖା ହୋଇଛି ।

– ଯଦି ପାଦର ସବୁଠାରୁ ଛୋଟ ଆଙ୍ଗୁଠି ଯାହାକୁ ଆପଣ କାଣି ଆଙ୍ଗୁଠି କହୁଛନ୍ତି ତାହା ଅତି ଛୋଟ ହୋଇଥାଏ ଏବଂ ଏହାର ନଖ ବି ଛୋଟ ହୋଇଥାଏ ତାହାଲେ ଆପଣଙ୍କ ବୈବାହିକ ଜୀବନରେ ଅନେକ ବାଧା ଆସିବ । ଏପିରିକ ଏହା ବୈବାହିକ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ।

– ଯଦି ପାଦର ଆଙ୍ଗୁଠି ବଙ୍କାଟଙ୍କା ଥାଏ ତାହାଲେ ଉକ୍ତ ବ୍ୟକ୍ତିଙ୍କ ଭାଗ୍ୟରେ ଦୁଇଟି ବିବାହ ଯୋଗ ଅଛି ।

– ଯଦି ପାଦର ଆଙ୍ଗୁଠି ଆବଶ୍ୟକ ଠାରୁ ଅଧିକ ବଡ ଥାଏ ତାହାଲେ ଏହାକୁ ରୋଗର ପ୍ରତିକ ଭାବେ ଧରାଯାଏ । ଏହି ଆଙ୍ଗୁଠି ଥିବା ଲୋକେ ଅଧିକ ରୋଗରେ ପଡିଥାନ୍ତି ।

ଏହାବାଦ୍ ତଳିପାଦର ମଧ୍ୟ ଭାଗ୍ୟ ସହ ଯୋଡି ହୋଇ ରହିଛି ।

– ଯେଉଁମାନଙ୍କ ତଳିପାଦର ରଙ୍ଗ ସ୍ୱଭାବିକ ଥାଏ ସେମାନେ ସବୁ ସମୟରେ ସୁସ୍ଥ ରହିଥାନ୍ତି।

– ତଳିପାଦର ରଙ୍ଗ ଏକା ପ୍ରକାର ନଥିଲେ ସ୍ୱଭାବରେ ବ୍ୟକ୍ତି ଜଣଙ୍କ ଧୃତ ହୋଇଥାଏ ।

– ତଳିପାଦର ରଙ୍ଗ ଗୋଲାପି ହୋଇଥିଲେ ବ୍ୟକ୍ତି ଜଣଙ୍କ ଜୀବନରେ ସମୃଦ୍ଧି ଆସିଥାଏ । ସେମାନେ ସବୁବେଳେ ଖୁସିରେ ରହୁନ୍ତି ।