ସଂସଦରେ ଦିନକୁ ୧୬୦ ଥର ଖୋଲା ହୋଇଛି ପର୍ଣ୍ଣସାଇଟ

୨୦୧୭ରେ ପ୍ରତ୍ୟେକ ଦିନ ବ୍ରିଟେନର ସଂସଦରେ ୧୬୦ ଥର ପର୍ଣ୍ଣ ଓ୍ୱେବସାଇଟ୍ ଖୋଲିବାକୁ ଚେଷ୍ଟା କରାଯାଇଛି । ଏହାର ଖୁଲାସା ବ୍ରିଟେନର ପ୍ରେସ ଆସୋସିଏସନ କରିଛି । ଗତବର୍ଷ ଜୁନରେ ହୋଇଥିବା ସାଧାରଣ ନିର୍ବାଚନ ପରେ ସଂସଦର ନେଟଓ୍ୱାର୍କ ସହ ଜଡିତ ଥିବା ସମସ୍ତ ନେଟଓ୍ୱର୍କର ଯାଂଚ କରାଯାଇଥିଲା । ଯେଉଁଥିରେ ୨୪ ହଜାର୪୭୩ ଥର ଅଶ୍ଲୀଳ ଓ୍ୱେବସାଇଟ ଖୋଲିବାର ଚେଷ୍ଟା କରାଯାଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହି ତଥ୍ୟ ଫ୍ରିଡମ୍ ଅଫ୍ ଇନଫରମେଶନ ଜରିଆରେ ପ୍ରେସ ଆସୋସିଏସନ ହାସଲ କରିଛି । ସଂସଦରେ ଇଂଟରନେଟର ବ୍ୟବହାର ସାଂସଦ, ଉଚ୍ଚ ସଦନର ସଦସ୍ୟ ଓ ସେଠାରେ ଚାକିରି କରିଥିବା କର୍ମଚାରୀମାନେ କରନ୍ତି । ତେବେ ଏହି ଅଶ୍ଲୀଳ ସାଇଟକୁ ଦେଖିବାରେ ୨୦୧୭ରେ କମ୍ ରହିଛି ବୋଲି ସଂସଦର ଜଣେ ଅଧିକାରୀ କହିଛନ୍ତି । ୨୦୧୬ରେ ସଂସଦରେ ୧ଲକ୍ଷ ୧୩ ହଜାର ୨୦୮ ଜଣ ଅଶ୍ଲୀଳ ସାଇଟ ଖୋଲିବାକୁ ଚେଷ୍ଟା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦରେ ଲାଗିଥିବା ଇଟଂରନେଟରେ ପର୍ଣ୍ଣ ଓ୍ୱେବସାଇଟ୍ ଗୁଡିକୁ ବ୍ଲକ କରାଯାଇଛି । ତେବେ ସଂସଦରେ ପର୍ଣ୍ଣ ଓ୍ୱେବସାଇଟ ଖୋଲିବାକୁ ଚେଷ୍ଟା କରିବା ଘଟଣା ପଦାକୁ ଆସିବା ପରେ ଏହାର ପବିତ୍ରତା ନେଇ ପ୍ରଶ୍ନ ଉଠିଛି ।