ଦିଲ୍ଲୀ ଓ ଛତିଶଗଡର ସମୂହ ମୃତ୍ୟୁ ପରେ ଏବେ ମଧ୍ୟ ପ୍ରଦେଶରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । ମଧ୍ୟ ପ୍ରଦେଶର ବାରଓ୍ଵାନି ଜିଲ୍ଲାର ଗୋଟାଏ କୂଅ ମଧ୍ୟରୁ 5ଜଣ ପିଲାଙ୍କ ଶବ ଉଦ୍ଧାର କରାଯାଇଛି । ଏହି ନାବାଳକ ଭାଇମାନଙ୍କର ବୟସ 3 ରୁ7 ବର୍ଷ ମଧ୍ୟରେ ହେବ ବୋଲି ପୁଲିସ ସୂଚନା ଦେଇଛି । ବାରଓ୍ଵାନି ଅନ୍ତର୍ଗତ ଚିଖ୍ଲି ଗାଁ’ରେ ବାସ କରୁଥିବା ଏହି ପିଲାଙ୍କ ବାପାଙ୍କର ଦୁଇଜଣ ସ୍ତ୍ରୀ ଥିଲେ । ସେ ବ୍ୟକ୍ତିଙ୍କର ନାମ ଭତର୍ ସିଂହ । ସେ ଏବଂ ତାଙ୍କର ଦୁଇ ପତ୍ନୀ ନିଖୋଜ ହୋଇଯାଇଥିବା କଥା ପୁଲିସ କହିଛି । 40 ବର୍ଷିୟ ସେ ଲୋକଟିର ପ୍ରଥମ ପତ୍ନୀ 36 ବର୍ଷୀୟ ସୁନ୍ଦରୀ ବାଈଙ୍କ ଗର୍ଭରୁ 4ଜଣ ପିଲା ଏବଂ 30 ବର୍ଷୀୟ ଅନୀତା ବାଈଙ୍କ ଗର୍ଭରୁ ଗୋଟିଏ ପିଲା ହୋଇଥିଲା । ଗ୍ରାମବାସୀଙ୍କ ସହାୟତାରେ ଦଳେ ପୁଲିସ ପିଲାମାନଙ୍କ ଶବଗୁଡ଼ିକୁ କୂଅ ପାଣିରୁ କାଢ଼ି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।