5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ  ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।   ମଧ୍ୟପ୍ରଦେଶ, ମିଜୋରାମ,ରାଜସ୍ଥାନ, ତେଲେଙ୍ଗାନା ଏବଂ ଛତିଶଗଡରେ ଏକକାଳୀନ ନିର୍ବାଚନ ହେବା ନେଇ ଘୋଷଣା ହୋଇଛି ।  ମଧ୍ୟପ୍ରଦେଶରେ 28 ନଭେମ୍ବର, ମିଜୋରାମ 28 ନଭେମ୍ବର, ରାଜସ୍ତଶନ ଡିସେମ୍ବର7 , ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ; ପ୍ରଥମ ପର୍ଯ୍ୟାୟ 12 ନଭେମ୍ବର ଓ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର 20ରେ ଅନୁଷ୍ଠିତ ହେବ।  ଏଥିସହ ଏହି ସମସ୍ତ ରାଜ୍ୟର ନିର୍ବାଚନ ଫଳାଫଳ 11 ଡିସେମ୍ବରରେ ପ୍ରକାଶ ପାଇବ।  ନିବାଚନ ତାରିଖ ସହ ଏହି ସମସ୍ତ ରାଜ୍ୟରେ ଆଜି ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି।

 

ଆସନ୍ତୁ ଜାଣିବା କେଉଁ ରାଜରେ କେତେ ସିଟ୍ ରହିଛି 

ତେଲେଙ୍ଗାନା-  ତେଲେଙ୍ଗାନାରେ ମୋଟ ସିଟ ସଂଖ୍ୟା 119 ଥିବା ବେଳେ ଟିଆରଏସର 90 ସିଟ ରହିଛି ।କଂଗ୍ରେସର 13ଟି ସିଟ ଥିବା ବେଳେ ବିଜେପିର ୫ଟି ସିଟ ରହିଛି । ସେହିପରି ଟିଡିପିର 3 ଟି ସିଟ ଥିବା ଅନ୍ୟାନ୍ୟ 8 ଟି ସିଟ ରହିଛି । ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ପାଇବା ପରେ 2014ରୁ ପ୍ରଥମ ମୁଖ୍ୟମନ୍ତ୍ୀ ଭାବେ କେ ଚନ୍ଦ୍ରଶେଖର ରାଓ ଦାୟିତ୍ୱ ସମ୍ବାଳିଛନ୍ତି ।

ମିଜୋରାମ- ମିଜୋରାମର ବିଧାନସଭା ଆସନ 40ଟି ଥିବା ବେଳେ କଂଗ୍ରେସର 40ଟି ଏମଏନଏଫର 5 ଟି ସିଟ ରହିଛି । ଏମପିସିର ଗୋଟିଏ ସିଟ ରହିଛି । କଂଗ୍ରେସ ଲାଲ ଥନୱାଲା 2008ରୁ ଆଜି ପର୍ଯ୍ୟନ୍ତ ମିଜୋରାମର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି ।

ମଧ୍ୟପ୍ରଦେଶ- ମଧ୍ୟପ୍ରଦେଶର ମୋଟ୍ ସିଟ୍ ସଂଖ୍ୟା 230 ରହିଛି । ବିଜେପି ପାଖରେ 166 ଟି ସିଟ ଥିବା ବେଳେ କଂଗ୍ରେସ ପାଖରେ ୫୭ଟି ସିଟ ରହିଛି । ସେହିପରି ବିଏସପିର ୪ଟି ସିଟ ଥିବା ବେଳେ ଅନ୍ୟାନ୍ୟ ୩ଟି ରହିଛି । ବର୍ତମାନ ଶିବରାଜ ସିଂ ଚୌହ୍ୱାନ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । 2005ରୁ 2008 , ଓ 2008ରୁ 2013 ଓ 2013ରୁ ବର୍ତମାନ ଯାଏ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ।

ଛତିଶଗଡ- ଛତିଶଗଡରେ ମୋଟ ସିଟ 90 ଥିବା ବେଳ ବିଜେପିର 49ଟି ଆସନ ରହିଛି । ସେହିପରି କଂଗ୍ରେସର39ଟି ସିଟ ରହିଛି । ବିଏସପିର ଗୋଟିଏ ସିଟ ଥିବା ବେଳେ ଅନ୍ୟାନ୍ୟ ଗୋଟିଏ ରହିଛି । ବର୍ତମାନ ରମଣ ସିଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । 2003 ରୁ  ବର୍ତମାନ ଯାଏ ରମଣ ସିଂ ଦାୟିତ୍ୱରେ ଅଛନ୍ତି । ତୃତୀୟ ଥର ପାଇଁ ଲଗାତର ଭାବେ ସେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି । 14 ବର୍ଷ ହେଲା ଛତିଶଗଡ ଶାସନ ଡୋରି ତାଙ୍କ ହାତରେ ରହିଛି ।

ରାଜସ୍ଥାନ – ରାଜସ୍ଥାନରେ ମୋଟ ବିଧାନସଭା ସିଟ 200ରହିଛି । ବିଜେପିର 160ଟି ସିଟ ଥିବା ବେଳେ କଂଗ୍ରେସର 25ଟି ସିଟ ରହିଛି । ସେହିପରି ବିଏସପିର 2ଟି ଆସନ ଥିବା ବେଳେ ଅନ୍ୟାନ୍ୟ 10ଟି ସିଟ ରହିଛି । ବସୁନ୍ଧରା ସିଂ ରାଜେ ବର୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ବସୁନ୍ଧରା ରାଜେ ଦ୍ୱିତୀୟ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । 2003ରୁ 2008ଯାଏଁ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ 2013ରୁ ସେ ପୁଣି ଶାସନକୁ ଫେରିଛନ୍ତି ।

 

 

Tags:

Leave a Reply

Your email address will not be published. Required fields are marked *