ଭାଇ-ଭଉଣୀ ସମ୍ପର୍କରେ ପାପ ଛିଟା; ନବମ ଶ୍ରେଣୀ ଝିଅକୁ ଦୁଷ୍କର୍ମ

Spread the love

 ଭୁବନେଶ୍ବର ରେଳ ଷ୍ଟେସନରୁ ଭାଇ ଗିରଫ

ପବିତ୍ର ଭାଇ-ଭଉଣୀ ରକ୍ତ ସମ୍ପର୍କରେ ଆଜି ଲାଗିଛି ଦୁଷ୍କର୍ମର ପାପ ଛିଟା। ସାମାଜିକ ସମ୍ପର୍କ ଆଜି କେତେ କଳଙ୍କିତ ହୋଇଛି ତାହାର ନଗ୍ନ ଓ କୁତ୍ସିତ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ ଏକ ଗାଁରେ। ରକ୍ତ ସମ୍ପର୍କର ବଡ଼ ବାପାଙ୍କ ପୁଅ ସୁମିତ୍‌ ସ୍ବାଇଁ ନିଜ ନାବାଳିକା ଦାଦା ଝିଅକୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ଅଭିଯୋଗ କେବଳ ସଭ୍ୟ ସମାଜର ମୁଣ୍ଡକୁ ତଳ ମୁହାଁ କରି ଦେଇ ନାହିଁ, ବରଂ ଭାଇ ଭଉଣୀ ସମ୍ପର୍କରେ ଅବିଶ୍ବାସର ମଞ୍ଜି ବୁଣି ଦେଇଛି। ପରିବାର ଲୋକଙ୍କ ଏତଲା କ୍ରମେ ଅନୁଗୁଳ ଥାନା ପୁଲିସ ପେ‌ାକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁୁକ୍ତ ଭାଇ ସୁମିତ୍‌ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ନାବାଳିକା ଝିଅ ଜଣକ ହେଉଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀ। ଗାଁ ହାଇସ୍କୁଲରେ ସେ ପାଠ ପଢ଼ନ୍ତି। ଗତକାଲି ଝିଅ ଜଣକ ସ୍କୁଲକୁ ଯାଇଥିଲେ। ବଡ଼ ବାପା ପୁଅ ସୁମିତ୍‌ ତାଙ୍କୁ ସ୍କୁଲରୁ ଡାକି ନେଇଥିଲେ। ଭାଇ ବାଇକ୍‌ରେ ବସିଥିଲେ ନାବାଳିକା। ଅନୁଗୁଳ-ମହୀଧରପୁର ରାସ୍ତାରେ ସିଧା ଭୁବନେଶ୍ବର ଅଭିମୁଖେ ଯାଇଥିଲେ। ବାଟରେ ଆଠଗଡ଼ ଜଙ୍ଗଲରେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ସୁମିତ୍‌। ତା’ ପରେ ଭୁବନେଶ୍ବର ସ୍ଥିତ ଭେଣୋଇଙ୍କ ଘରକୁ ଉଭୟ ଯାଇ ସେଠାରେ ବାଇକ୍ ଛାଡ଼ି ଆଜି ପୁଣି ଘର ମୁହାଁ ହୋଇଥିଲେ। ଉଭୟ ଟ୍ରେନ୍‌ରେ ଫେରିବାକୁ ଯୋଜନା କରିଥିଲେ।

ଘଟଣାକୁ ନେଇ ଗତକାଲିଠାରୁ ନାବାଳିକାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଆଜି ଭୁବନେଶ୍ବର ରେଲୱେ ଷ୍ଟେସନ୍‌ରୁ ଉଭୟଙ୍କୁ ଠାବ କରିଥିଲା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି। ପୋକ୍‌ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁମିତ୍‌ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅନୁଗୁଳ ଥାନା ପୁଲିସ ସୂଚନା ଦେଇଛି। 

Tags:

Leave a Reply

Your email address will not be published. Required fields are marked *