latest

ଓଡିଶାର ନିର୍ବାଚନୀ ହାଓ୍ବା…

Spread the love

ଆଉ କେଇଟା ଦିନ ପରେ 2019 ସାଧାରଣ ନିର୍ବାଚନ । ସରିଯାଇଛି ବିଧାନସଭା । ନିର୍ବାଚନ ମୁଡ଼ରେ ଏବେ ନେତା ଓ ଜନତା । 2019 କ୍ଷମାତା ପାଇଁ ଆରମ୍ଭ ହୋଇଛି ଲଢେଇ । ସଜବାଜ ବି ଆରମ୍ଭ ହୋଇଯାଇଛି । ଲୋକଙ୍କୁ ନିଜ ଦଳ ସପକ୍ଷରେ ନେବା ପାଇଁ ଏବେ ରାଜ୍ୟର ସବୁ ରାଜନୈତିକ ଦଳ ପ୍ରସ୍ତୁତ କରିସାରିଛନ୍ତି ବ୍ଲୁପ୍ରିଣ୍ଟ ।  2019ରେ ଓଡ଼ିଶାରେ କ୍ଷମତାକୁ ଆସିବା ସହ ନବୀନଙ୍କୁ ହଟାଇବା ପାଇଁ କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । ଉଭୟ କଂଗ୍ରେସ ଓ ବିଜେପିର ଜାତୀୟ ସ୍ତରର ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । କିଛିଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 7ଥର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାହୁଲ ଗାନ୍ଧୀ 2ଥର ଓଡ଼ିଶା ଗସ୍ତର ଆସିସାରିଛନ୍ତି । ପୁରିଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ତାରିଖ ଓ ସ୍ଥାନ ସ୍ଥିର ହୋଇନଥିଲେ ମଧ୍ୟ ଫେବୃୟାରୀ 27 ତାରିଖରେ ରାହୁଲ ଓଡ଼ିଶା ଗସ୍ତରେ ଆସିବେ ବୋଲି କଂଗ୍ରେସ ଅନ୍ଦଲ ମହଲରୁ ଜଣାପଡ଼ିଛି ।

ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି । ଫେବୃୟାରୀ 15ରେ ପୁଣିଥର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି 17ରେ ଆସିବେ ରାଜନାଥ ସିଂହ। ତାଙ୍କ ପରେ ଆସିବେ ଯୋଗୀ ଆଦିତ୍ୟନାଥ। ପରେ ପରେ ଆହୁରି ଅନେକ କେନ୍ଦ୍ର ମନ୍ତ୍ରୀ। ଏମାନଙ୍କ ଓଡ଼ିଶା ଆସି ବିଜେପି ନେତା ଓ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଫୁଙ୍କିବେ। ରାହୁଲ ଗାନ୍ଧୀ ଓଡ଼ିଶାରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ କୃଷିଋଣ ଛାଡ଼ ସହ ଲମ୍ବା ପ୍ରତିଶ୍ରୃତି ଦେଇଛନ୍ତି ଓଡ଼ିଶାବାସୀଙ୍କୁ । ଏହାସହ ଉଭୟ ମୋଦି ଓ ନବୀନ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି । ସେହିପରି ଓଡ଼ିଶାରେ ନବୀନଙ୍କୁ ହଟାଇ ମିଶନ 120 ପ୍ଲସକୁ ସଫଳ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ହେଲେ ଓଡ଼ିଶାବାସୀଙ୍କ ହୃଦୟରେ ନବୀନ ଅଛନ୍ତି ତେଣୁ କେନ୍ଦ୍ରର ଯେତେ ନେତା ଆସିଲେ ମଧ୍ୟ ଓଡ଼ିଶାବାସୀ ସେମାନଙ୍କୁ ବିଶ୍ୱାସ କରିବେ ନାହିଁ ବୋଲି ଶାସକ ଦଳ କହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଜିଲ୍ଳାକୁ ଜିଲ୍ଳା ମାରଥନ ଗସ୍ତ କରି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ବିଭିନ୍ନ ସ୍ଥାନରେ ଭିସ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ସହ ବହୁ ପ୍ରକଳ୍ପର ଉଦଘାଟନ ମଧ୍ୟ ନବୀନ କରୁଛନ୍ତି । ନବୀନ ତାଙ୍କ ଭାଷଣରେ ଉଭୟ ବିଜେପି-କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ତେବେ 2019 ରେ ଏହି ଷ୍ଟାର ପ୍ରଚାରକମାନେ ଲୋକଙ୍କୁ କେତେ ପ୍ରଭାବିତ କରିପାରୁଛନ୍ତି ତାହା ଦେଖିବାର କଥା ।

Tags:

Leave a Reply

Your email address will not be published. Required fields are marked *