latest

ଅଜିତ୍ ସିଂ ହେବେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍

Spread the love

ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ୍ ସିଂ ହେବେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ । ଚୟନ କମିଟିର ସୁପାରିଶ କ୍ରମେ ତାଙ୍କର ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ଲୋକୟୁକ୍ତ ଆଇନ 2015 କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ଥର ପାଇଁ ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି I ସୂଚନାଯୋଗ୍ୟ, 6 ସେପ୍ଟେମ୍ବର 1956 ମସିହାରେ ଜନ୍ମିତ ଅବସରପ୍ରାପ୍ତ ବିଚାରପତି ଶ୍ରୀ ସିଂହ18 ଅକ୍ଟୋବର 1979ରେ ପ୍ରଥମେ ଜବଲପୁରର ମଧ୍ୟପ୍ରଦେଶ ହାଇକୋର୍ଟରେ ଓକିଲାତି ପେଶା ଆରମ୍ଭ କରିଥିଲେ ।

ଦେୱାନୀ, ଫୌଜଦାରୀ ଓ ସାମ୍ବିଧାନିକ ମାମଲା ପରିଚାଳନା କ୍ଷେତ୍ରରେ ଶ୍ରୀ ସିଂହଙ୍କ ବିଶେଷ ଦକ୍ଷତା ରହିଥିଲା । ଏପ୍ରିଲ ପହିଲା 2002ରେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ସେ ଯୋଗଦେଇଥିଲେ । 21 ମାର୍ଚ୍ଚ 2003ରେ ତାଙ୍କୁ ସେଠାରେ ସ୍ଥାୟୀ ବିଚାରପତି କରାଯାଇଥିଲା । ପରେ ତାଙ୍କୁ ରାଜସ୍ଥାନ ହାଇକୋର୍ଟ ବଦଳି କରାଯାଇଥିଲା ।19 ମାର୍ଚ୍ଚ 215ରେ ତାଙ୍କୁ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ସିଂହ ଶପଥ ନେଇଥିଲେ । 5 ମାର୍ଚ୍ଚ 2016 ରେ ସେ ଆସାମର ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାପତି ଭାବେ ନିଯୁକ୍ତି ପାଇଥିଲେ । 5 ସେପ୍ଟେମ୍ବର 2018ରେ ସେ ମୁଖ୍ୟ ବିଚାରପତି ଭାବେ ଅବସର ଗ୍ରହଣ କରିଥିଲେ ।

Tags: