latest

ପୃଥିବୀର ପ୍ରଦୂଷିତ ରାଜଧାନୀ ଦିଲ୍ଲୀ- ଗ୍ରୀନ୍‌ପିସ୍‌ ରିପୋର୍ଟ

Spread the News

ପୃଥିବୀର ପ୍ରଦୂଷିତ ରାଜଧାନୀ ଭାବେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି। ସେହିପରି ପ୍ରଦୂଷିତ ସହର ମଧ୍ୟରେ ଗୁରୁଗ୍ରାମ୍‌ ପ୍ରଥମ ସ୍ଥାନ ହାସଲ କରିିଛି। ଗ୍ରୀନ୍‌ପିସ୍‌ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ସୂଚିତ ହୋଇଛି। ପ୍ରଦୂଷିତ ରାଜଧାନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ବାଂଲାଦେଶ ରାଜଧାନୀ ଢ଼ାକା ଥିବାବେଳେ ତୃତୀୟ ସ୍ଥାନରେ ରହିଛି ଆଫଗାନୀସ୍ତାନ ରାଜଧାନୀ କାବୁଲ। ସେହିପରି ପୃଥିବୀର 68 ପ୍ରଦୂଷିତ ସହର ମଧ୍ୟରେ ଭାରତର ଅଧିକ ସହର ରହିଛି।

ପ୍ରଥମ 6ଟି ସହର ମଧ୍ୟରେ ଭାରତର 5ଟି ଏବଂ ପାକିସ୍ତାନର ଗୋଟିଏ ସହର ରହିଛି। ପ୍ରଦୂଷିତ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଗାଜିଆବାଦ୍‌, ତୃତୀୟ ସ୍ଥାନରେ ପାକିସ୍ତାନର ଫୈସଲାବାଦ୍‌, ଚତୁର୍ଥରେ ଫରିଦାବାଦ୍‌, ପଞ୍ଚମରେ ରାଜସ୍ଥାନର ଭିଓ୍ବାଡି ଷଷ୍ଠରେ ନୋଏଡା ରହିଛି। ବଢୁଥିବା ପ୍ରଦ୍ୟୁଷଣ ଯୋଗୁ ବାୟୁମଣ୍ଡଳର ପରିବର୍ତ୍ତନ ହେଉଛି । ଫଳରେ ପ୍ରାକୃତିକ ବିପର୍ଜୟ ପୃଥିବୀକୁ ମାଡିଆସୁଛି । ଭିଭିନ୍ନ ସମୟରେ ଭୂକମ୍ପ, ବରଫ ପାହାଡ ତରଳିବା ସଂକେତରୁ ଜଣାପଡୁଛି ଯେ ଆଗାମୀ ଦିନମାନଙ୍କରେ ବଡ ଧରଣର ପ୍ରଳୟକୁ କେହି ରୋକି ପାରିବେ ନାହଁ । ଏନେଇ ପରିବେଶବିତ୍ ମାନେ ସୂଚନା ଦେଉଥିଲେ ମଧ୍ୟ ପୃଥିବୀର ବଡବଡ ଦେଶ ଗୁଡିକ ନିଜ ସୁବିଧା ପାଇଁ ଶିଳ୍ପସଂସ୍ଥାକୁ ବଢାଇ ଚାଲିଛନ୍ତି । ଫଳରେ ପୃଥିବୀ ବିପଦ ମୁଖରେ ପଡୁଛି । 

Tags: