latest

ଘରୋଇ ଚାନେଲ୍‌ ସବୁରେ ଭାରତୀୟ ସିନେମା ଓ ଟିଭି କାର୍ଯ୍ୟକ୍ରମ ପ୍ରସାରଣ ନିଷିଦ୍ଧ କଲା ପାକିସ୍ତାନ ସୁପ୍ରିମ୍‌ କୋର୍ଟ

Spread the love

 ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରେ ଭାରତୀୟ ସିନେମା ଓ ଟେଲିଭିଜନ୍‌ କାର୍ଯ୍ୟକ୍ରମ ପ୍ରସାରଣ ନ କରିବାକୁ ପାକିସ୍ତାନ ସୁପ୍ରିମ୍‌ କୋର୍ଟ ଘରୋଇ ଚାନେଲଗୁଡ଼ିକୁ ନିର୍ଦେଶ ଦେଇଛି। ପାକିସ୍ତାନରେ ଭାରତୀୟ ଚାନେଲ୍‌ଗୁଡ଼ିକୁ ପ୍ରସାରଣ କରିବାକୁ ଲାହୋର୍‌ ହାଇକୋର୍ଟ ଦେଇଥିବା ଅନୁମତିକୁ ଚାଲେଞ୍ଜ୍‌ କରି ଆଗତ କରାଯାଇଥିବା ପିଟିସନ୍‌ର ବିଚାର କରି ଜଷ୍ଟିସ୍‌ ଗୁଲ୍‌ଜାର୍‌ ଅହମଦ୍‌ଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେର୍ଶ ଦେଇଛନ୍ତି।

ପାକିସ୍ତାନ ଇଲେକ୍‌ଟ୍ରୋନିକ୍‌ ମିଡିଆ ରେଗୁଲେଟରି ଅଥରିଟିଙ୍କର ଜଣେ ଓକିଲ ଅଦାଲତଙ୍କୁ କହିଥିଲେ କି 2006ର ଏକ ନୀତି ଆଧାରରେ ସରକାର ସ୍ଥାନୀୟ ଚାନେଲ୍‌ଗୁଡ଼ିକରେ 10% ବିଦେଶୀ କଥାବସ୍ତୁ ପ୍ରସାରଣ ଲାଗି ଅନୁମତି ଦେଇଛନ୍ତି। କିନ୍ତୁ, ଅକ୍ଟୋବର 19, 2016ରେ ପାକିସ୍ତାନ ଇଲେକ୍‌ଟ୍ରୋନିକ୍‌ ମିଡିଆ ରେଗୁଲେଟରି ଅଥରିଟି ସ୍ଥାନୀୟ ଟେଲିଭିଜନ୍‌ ଚାନେଲ୍‌ଗୁଡ଼ିକୁ ଭାରତୀୟ କଥାବସ୍ତୁ ପ୍ରସାରଣ କରାଇବାରେ ସମ୍ପୂର୍ଣ୍ଣ ବାରଣ କରିଥିଲେ। ଏହି ନିଷ୍ପତ୍ତି ବିରୋଧରେ ଲାହୋର୍‌ ହାଇକୋର୍ଟରେ ଆବେଦନ କରାଯିବା ପରେ 2017ରେ ଅଦାଲତ ନିଷିଦ୍ଧାଦେଶ ଉଠାଇ ଦେବାକୁ ଆଦେଶ ଦେଇଥିଲେ। ଯୁକ୍ତି ଶୁଣିବା ପରେ ପାକିସ୍ତାନ ସୁପ୍ରିମ୍‌ କୋର୍ଟ ଲାହୋର ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି।

Tags: