latest

ଧୋନିଙ୍କ ବିଷୟରେ କ’ଣ କହିଲେ ଗାଙ୍ଗୁଲୀ; ଜାଣିଲେ ଆଶ୍ଚର୍ଯ୍ୟ ହେବେ

Spread the News

ସୌରଭ ଗାଙ୍ଗୁଲୀଙ୍କ ଭାରତୀୟ କ୍ରିକେଟକୁ ଅବଦାନ ଯେତେ କହିଲେ ବି କମ ହେବ I ତଥାପି ଯେତେବେଳେ ସେ ଫର୍ମ ହରାଇଲେ ମହେନ୍ଦ୍ର ସିଂ ଧୋନି ତାଙ୍କୁ ଡ୍ରପ କରିବାକୁ ପଛାଇନଥିଲେ I ଏଥିପାଇଁ ହୁଏତ ତାଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡିଛି I ବହୁ କ୍ରିକେଟ ବିଶେଷଜ୍ଞ ଓ ଦାଦାଙ୍କ ଫ୍ୟାନ ସେତେବେଳେ କ୍ୟାପଟେନ କୁଲଙ୍କ ଉପରେ ହୋଇଯାଇଥିଲେ ଖପ୍ପା I

କିନ୍ତୁ ବର୍ତ୍ତମାନ ଗାଙ୍ଗୁଲୀଙ୍କ ଧୋନିଙ୍କ ଉପରେ ଦେଇଥିବା ମନ୍ତବ୍ୟ ମନେ ହୁଏ ଯେପରି ଦାଦା ସେ ବିଗତ ଦିନର କଥା ହୁଏତ ଭୁଲି ଗଲେଣି କିମ୍ବା ସେ ଏତେ ଛୋଟ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ I ଗାଙ୍ଗୁଲୀଙ୍କୁ ଯେତେବେଳେ ପଚରାଗଲା ଧୋନିଙ୍କ କ୍ରିକେଟ ଭବିଷ୍ୟତ ଉପରେ ସେ ସଂଗେ ସଂଗେ କହିଲେ ଏହି ଭଳି ଖେଳାଳିଙ୍କୁ ଭାରତ ଏତେ ଶୀଘ୍ର ବିଦାୟ ଦେବା ଠିକ ହେବନି ଆଉ 2019 ବିଶ୍ୱକପ ପରେ ବି ସେ ଖେଳ ଜାରି ରଖିବା ଦରକାର I ମହେନ୍ଦ୍ର ସିଂ ଧୋନିଙ୍କ ଅବଦାନକୁ ଆମ ଦେଶ କେବେବି ଭୁଲି ପାରିବନି I ଦାଦାଙ୍କ ଏଭଳି ପ୍ରଶଂସାରେ ଧୋନିଙ୍କ ଫ୍ୟାନମାନେ ବହୁତ ଖୁସି I

ସୂଚନାଯୋଗ୍ୟ ଯେ ଧୋନି ଏଯାବତ 340 ଦିନିକିଆରେ ମୋଟ 10,474 ରନ 50 ରୁ ଅଧିକ ହାରରେ କରିଛନ୍ତି I ତାଙ୍କର କିପିଙ୍ଗ ଦକ୍ଷତା ବିଶ୍ୱ କ୍ରିକେଟରେ ବିରଳ I