latest

ଜାଣନ୍ତୁ ସୁପ୍ରିମ କୋର୍ଟ କ’ଣ କହିଲେ ଅଯୋଧ୍ୟା ଜମି ବିବାଦ ଉପରେ

Spread the News

ଯେମିତି ଳାଗୁଛି ଅଯୋଧ୍ୟା ଜମି ବିବାଦର ଅନ୍ତ ନାହିଁ I ନା ଏହାକୁ ସୋହାଦ୍ୟପୂର୍ଣ୍ଣ ଭାବରେ ଶେଷ କରିବାକୁ ସୁପ୍ରିମ କୋର୍ଟ ଆରମ୍ଭ କରିଛନ୍ତି ପ୍ରଚେଷ୍ଟା I ଉଭୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭାଇ ଚାରା ବଜାୟ ରଖିବା ପାଇଁ ସୁପ୍ରିମ କୋର୍ଟ ଏକ ନୂଆ ପ୍ରସ୍ତାବ ଆଣିଛନ୍ତି I ଏହା ଅନୁଯାଇ କିଛି ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟସ୍ଥତା କରାଯିବା ପାଇଁ ନିୟୋଜିତ କରାଯିବ I

ଚିଫ ଜଷ୍ଟିସ ଅରୁଣ ଗୋଗୋଇ କହିଛନ୍ତି ଯେ ନିରାପତ୍ତା ଦୃଷ୍ଟିରୁ ମଧ୍ୟସ୍ଥିମାନଙ୍କର କାର୍ଯ୍ୟ କଳାପ କୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯିବ ଓ ସେମାନଙ୍କୁ ନିରାପତ୍ତା ମଧ୍ୟ ଯୋଗାଇ ଦିଆଯିବ I ସେ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କୁ ସୁରକ୍ଷା ନିଶ୍ଚିତ କରିବାପାଇଁ ନିର୍ଦେଶ ଦେଇଛନ୍ତି I

ଏଥିଲାଗି ଶ୍ରୀ ଶ୍ରୀ ରବିଶଙ୍କରଙ୍କ ନାମକୁ ବିଚାରକୁ ନିଆଯାଇଛି I ମୁସଲମାନ ପକ୍ଷ ଏହାକୁ ଗ୍ରହଣ କରିଥିବା ବେଳେ ନିର୍ମହି ଆଖରା ବିରୋଧ କରିଛି I କୋର୍ଟ ମଧ୍ୟ ଏଥି ଲାଗି ସମୟସୀମା ନିର୍ଧାରଣ କରିଛନ୍ତି; ଏହାକୁ ଗୋଟେ ସପ୍ତାହ ମଧ୍ୟରେ ଆରମ୍ଭ କରି ଆଠ ସପ୍ତାହ ମଧ୍ୟରେ ଶେଷ କରିବାକୁ କହିଛନ୍ତି I ଏହି ମଧ୍ୟସ୍ଥତା ମଧ୍ୟ କ୍ୟାମେରା ସମ୍ମୁଖରେ ହେବ I

ଦେଖାଯାଉ ସୁପ୍ରିମ କୋର୍ଟଙ୍କ ଏପରି କାର୍ଯ୍ୟ ରାମ ମନ୍ଦିର ନିର୍ମାଣରେ କେତେଦୂର ସହାୟକ ହେଉଛି ଓ କେତେଦୂର ଶାନ୍ତି ପ୍ରତିଷ୍ଠା ଦିଗରେ ମଧ୍ୟ ସହାୟକ ହେଉଛି I ଉଭୟ ପକ୍ଷ କେବଳ ମଧ୍ୟସ୍ଥି ମାନଙ୍କ କଥାରେ ରାଜି ହେଲେ ହିଁ ସମ୍ଭବ ହେବ I