୬୦ ଘଣ୍ଟା ଶୋଇବାକୁ ଦିଆଯାଇ ନ ଥିଲା

Spread the love

ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଭାରତକୁ ଫେରାଇ ଆତ୍ମପ୍ରଚାର କରୁଥିବା ପାକିସ୍ତାନର କ୍ରୁରତାର କାହାଣୀ ଧୀରେ ଧୀରେ ସାମ୍ନାକୁ ଆସୁଛି।

ପାକିସ୍ତାନ ହେପାଜତରେ ଅଭିନନ୍ଦନ ଥିବା ବେଳେ ଆଇଏସ୍‌ଆଇ ତାଙ୍କଠାରୁ ଭାରତର ଗୁଇନ୍ଦା ତଥ୍ୟ ଆଦାୟ କରିବାକୁ ଉଦ୍ୟମ କରିଥିଲା। ଏଥିପାଇଁ ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ମଧ୍ୟ ଦିଆଯାଇଥିଲା। 

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ୬୦ ଘଣ୍ଟା ଅଭିନନ୍ଦନ ପାକିସ୍ତାନରେ ରହିଥିଲେ ସେ ସମୟରେ ତାଙ୍କୁ ଆଦୌ ଶୋଇବାକୁ ଦିଆଯାଇ ନ ଥିଲା। ପ୍ରଥମ ୨୪ ଘଣ୍ଟା ଧରି ଅଧିକାରୀମାନେ ଅଭିନନ୍ଦନଙ୍କୁ ପଚରାଉଚରା କରିଥିଲେ। କେଉଁ କେଉଁ ସ୍ଥାନରେ ଭାରତୀୟ ବାୟୁସେନା ମୁତୟନ ହୋଇଛି, ସେନାର ହାଇ ସିକ୍ୟୁରିଟି ରେଡିଓ ଫ୍ରିକ୍ୟୁଏନ୍ସି ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ହାସଲ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଅଭିନନ୍ଦନ ମୁହଁ ଖୋଲି ନ ଥିଲେ। ଆଉ ସେ ଶୋଇବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଘଣ୍ଟା ଘଣ୍ଟା ଧରି ତାଙ୍କୁ ଛିଡ଼ା ହେବାକୁ ବାଧ୍ୟ କରାଯାଇଥିଲା। ଏପରିକି ତାଙ୍କ ତଣ୍ଟି ଚିପାଯିବା ସହ ମାରପିଟ ମଧ୍ୟ କରାଯାଇଥିଲା। ତାଙ୍କୁ ବିରକ୍ତ କରିବା ଲାଗି ଉଚ୍ଚ ଶବ୍ଦରେ ମ୍ୟୁଜିକ୍‌ ବଜାଯାଉଥିଲା। ଏହା ସତ୍ତ୍ୱେ ଆଇଏସ୍‌ଆଇ ସଫଳ ହୋଇପାରି ନ ଥିଲା।

ବାୟୁସେନା ପକ୍ଷରୁ ପାଇଲଟ୍‌ମାନଙ୍କୁ ଅତିକମ୍‌ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଶତ୍ରୁକୁ ଟ୍ରାନ୍ସମିଟିଂ ଫ୍ରିକ୍ୟୁଏନ୍ସି ଓ ଠିକଣା ସମ୍ପର୍କରେ ସୂଚନା ନ ଦେବାକୁ ଟ୍ରେନିଂ ଦିଆଯାଇଥାଏ। ଯେଉଁ ସମୟ ମଧ୍ୟରେ ବାୟୁସେନା ପକ୍ଷରୁ ଏ ସବୁକୁ ପରିବର୍ତ୍ତନ କରାଯାଇ ପାରିବ।  

Tags: