latest

ଦହି ବାଇଗଣ

Spread the News

ସାମଗ୍ରୀ : ବାଇଗଣ – 300 ଗ୍ରାମ, ଦହି – 250 ଗ୍ରାମ, ଶୁଖିଲା ଲଙ୍କା – 2 ଟି, କଞ୍ଚା ଲଙ୍କା – 2ଟି, ଭୃଷଙ୍ଗ ପତ୍ର – 8-10ଟି, ଲଙ୍କା ଗୁଣ୍ଡ – ଅଧା ଚାମଚ, ପଂଚ ଫୁଟଣ – ଅଧା ଚାମଚ, ତେଲ – 2 ଟେବୁଲ ଚାମଚ, ଲୁଣ – ସ୍ୱାଦ ଅନୁସାରେ, ଭଜା ଜୀରା ଓ ଲଙ୍କା ଗୁଣ୍ଡ – 1/2 ଚାମଚ

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ବାଇଗଣକୁ ଫାଳ ଫାଳ କରି କାଟନ୍ତୁ । ଏଥିରେ ଅଳ୍ପ ହଳଦୀ ଓ ଲୁଣ ଗୋଳାଇ ଅଲଗା କରି ରଖନ୍ତୁ । ଗୋଟିଏ ପାତ୍ରରେ ଦହି, ଲୁଣ ପକାଇ ରଖନ୍ତୁ ।ଗ୍ୟାସ ଅନ କରି କଢେଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଟା ହୋଇଥିବା ବାଇଗଣକୁ ଭଲ ଭାବରେ ଛାଣି ନିଅନ୍ତୁ । ଏହାକୁ ଅଲଗା ପାତ୍ର ରେ କାଢି ରଖନ୍ତୁ । ଏକ ଛୋଟ କଢେଇରେ ଏକ ଚାମଚ ତେଲ ନେଇ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ପଂଚ ଫୁଟଣ, ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କା ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ ଓ ପରେ ଏହାକୁ ନେଇ ପାତ୍ରରେ ରଖା ଯାଇଥିବା ଦହିରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାପରେ ଛଣା ହୋଇଥିବା ବାଇଗଣକୁ ଦହିରେ ପକାଇ ଦିଅନ୍ତୁ । ଜୀରା ଓ ଶୁଖିଲା ଲଙ୍କା ଭାଜି ଗୁଣ୍ଡ କରି ଦହି ବାଇଗଣ ଉପରେ ପକାଇ ଗୋଳାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଖାଦ୍ୟ ଦହି ବାଇଗଣ ।

Tags: