ରୋଗ ଶଯ୍ୟାରେ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ, ଅର୍ଥ ସାଜିଛି ବାଧକ

Spread the love

ନିଜ ସଂଗୀତ ଯାଦୁରେ ଯିଏ ଦିନେ ସମସ୍ତଙ୍କୁ ନଚାଉଥିଲେ ସେ ଆଜି ନିରବ ଅଛନ୍ତି । ତାଙ୍କ ମୁଁହରୁ ସଂଗୀତର ସୁମଧୁର ସ୍ବର ବାହାରୁନି । ସ୍ୱର ତାଙ୍କର କ୍ଷୀଣ ହୋଇଯାଇଛି । ରୋଗ ଶଯ୍ୟାରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ତାଙ୍କ ଉଚ୍ଚ ଚିକି୍ତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯିଏ ଦିନେ ଅନ୍ୟକୁ ହସର ଖୁରାକ ଯୋଗାଉଥିୁଲେ ସେ ଆଜି ଅର୍ଥ ଅଭାବରୁ ବାହୁନି ବାହୁନି କାନ୍ଦୁଛନ୍ତି ।  ଭଗବାଗନଙ୍କ ଭରଷାରେ ତାଙ୍କ ଜୀବନକୁ ଟେକିଦେଇ ଅନାଇ ବସିଛନ୍ତି। ସେ ହେଉଛନ୍ତି  70-80 ଦଶକରେ ବେଶ ପ୍ରସିଦ୍ଧ ସଂଗୀତ ସାଧକ ବାସୁଦେବ ରଥ । ଯାହାଙ୍କ ସ୍ୱର ସଂଯୋଜିତ “ପ୍ରିୟା ମୋର ଏକ କି କଲ,  ଯାହାକୁ ମୁଁ ଏତେ ଭଲ ପାଉଚି, ଆସିବ ବର ତୋର, କାଉ ଦାନ ଖାଇଲା ବୋଲି, ଝୁମକା ଟିକେ ତୁ ତ ହଲେଇ ଦେ” କୁ ଆଜି ଲୋକେ ଝୁରି ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆଜି ଗୁରୁତର ହୋଇ ପଡିଛି ।

ସେ ବର୍ତ୍ତମାନ  କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘରୋଇ ଡାକ୍ତରଖାନାରେ ତାଙ୍କର ଅଧିକ ଅର୍ଥ ଦରକାର ପଡୁଥିବା ବେଳେ ପରିବର ଲୋକେ ଏତ ଟଙ୍କା ଖର୍ଚ୍ଚ କରିସାରି ଏବେ ଦୁର୍ବଳ ହୋଇପଡିଛନ୍ତି ।  ଏନେଇ ତାଙ୍କ କନ୍ୟା ବିଦିଶା ସଂସ୍କୃତି ବିଭାଗକୁ ଚିଠି ଲେଖି ଜଣାଇଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଶ୍ରୀ ରଥ କଟକର ନିମଚୌଡି ସାହେବଜାଦା ବଜରସ୍ଥିତ ବାସଭବନରେ ଗାଧୋଉଥିବା ବେଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଗତ 8 ତାରିଖ ଦିନ କଟକ ଅଶ୍ୱନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ଏବେ ଅଧିକ ଟଙ୍କା ଦରକାର ପଡୁଥିବା ବେଳେ  ପରିବାର ଲୋକେ ଏତେ ଟଙ୍କା ଯୋଗେଇବାରେ ଅସମର୍ଥ ହୋଇ ପଡିଛନ୍ତି । ଚିକିତ୍ସା ବାବଦକୁ କିଛି ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।