ଭାରତରେ ବନ୍ଦ ହେବ ମେଡ୍ ଇନ ଚାଇନା

Spread the love

 ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆତଙ୍କବାଦୀ ମସୁଦ୍ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବା ମାମଲାରେ ଚୀନ୍ ପୁଣିଥରେ ନିଜ ଭିଟୋ ପାୱାରର ଉପଯୋଗ କରି ପାକ୍ କୁ ପୁଣିଥରେ  ସାହାଯ୍ୟ କରିବା ଘଟଣାରୁ ଚୀନ୍ ନିଜକୁ ଭାରତ ସୁରକ୍ଷା ବିରୋଧି ସାବ୍ୟସ୍ତ କରିସାରିଛି । ଚୀନର ଏଭଳି ବ୍ୟବହାରରେ ଦେଶସାରା ଆକ୍ରୋଶର ବହ୍ନି ଜଳୁଛି । ଏବେ ପାକିସ୍ତାନ ସମେତ ଚୀନକୁ ମଧ୍ୟ ଦେଶବାସୀ ଭାରତ ସୁରକ୍ଷାର ଶତ୍ରୁ ବୋଲି ଭାବିବା ସହ ଚୀନକୁ ଉଚିତ୍ ଯବାବ୍ ଦେବାକୁ ଚାହୁଁଛନ୍ତି । ଏହି କ୍ରୋଧକୁ ଜାହିର କରିବାକୁ ଯାଇ କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍) 7କୋଟି ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା ଦେଶରୁ 40 ହଜାରରୁ ଅଧିକ ବ୍ୟବସାୟୀ ସଂଗଠନ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

କେଟ୍ ହୋଲି ଅବସରରେ ଆଗାମୀ 19 ମାର୍ଚ୍ଚରେ ଦେଶସାରା ଚୀନ୍ ସାମଗ୍ରୀକୁ ଜଳାଇବା ପାଇଁ ଘୋଷଣା କରିଛି । ରାଜଧାନୀ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ହେବ । ଅନ୍ୟପକ୍ଷରେ ଦେଶସାରା 1500 ସ୍ଥାନରେ ଚୀନ୍ ବସ୍ତୁକୁ ଜଳାଯିବ । କେଟ୍ ତରଫରୁ ସରକାରଙ୍କୁ କୁହାଯାଇଛି  ଚୀନ୍ ରୁ ଆସୁଥିବା ବସ୍ତୁକୁ 300 ରୁ 500 ପ୍ରତିଶତ କଷ୍ଟମ୍ ଡ୍ୟୁଟି ଲଗାଯାଉ । କେଟ୍ ତରଫରୁ ସରକାରଙ୍କୁ କୁହାଯାଇଛି ଯେ ଚୀନ୍ କଞ୍ଚାମାଲ୍ ଏବଂ ପ୍ରଡକ୍ଟ ଉପରେ ଧ୍ୟାନ ନ ଦେଇ ଭାରତର ଘରୋଇ ଉଦ୍ୟୋଗ ଉପରେ ସରକାର ସ୍ୱେଶାଲ୍ ପ୍ୟାକେଜ୍ ଦିଅନ୍ତୁ ।

Tags: