latest

ପୁଣିଥରେ ସାରା-କାର୍ତିକଙ୍କ ଭିଡିଓ ଭାଇରାଲ

Spread the love

ଏବେ ସାରା ଅଲ୍ଲୀ ଖାନ୍ ଓ କାର୍ତିକ ଆରିୟନ୍ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାରେ ରହୁଛନ୍ତି । କିଛିଦିନ ତଳେ ତାଙ୍କର ଏକ କିସ୍ ସିନ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାରେ ରହିଥିଲେ । ସେହି ଭିଡିଓର ଚର୍ଚ୍ଚା ନ ସରୁଣୁ ଏବେ ଏକ ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ପୁଣି ଚର୍ଚ୍ଚାରେ ଆସିଛନ୍ତି ଏହି କପଲ । ଉଭୟ ଏବେ ଦିଲ୍ଲୀରେ “ଲଭ୍ ଆଜ୍ କଲ୍-୨”ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଦିଲ୍ଲୀ ରାଜରାସ୍ତାରେ ଉଭୟ ଏକ ବାଇକ୍ରେ ଯାଉଥିବାର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ଭାଇରାଲ ହେବା ପରେ ସାରା ଟ୍ରୋଲ ମଧ୍ୟ ହୋଇଛନ୍ତି । ଏହି ଭିଡିଓରେ ବହୁ ଲୋକ ସାରାଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ।

       ପ୍ରକାଶ ଯେ, ସାରା ଇମ୍ତିଆଜ୍ ଅଲ୍ଲୀଙ୍କ ‘ଲଭ୍ ଆଜ୍ କଲ୍-୨’ରେ କାର୍ତିକଙ୍କ ସହ ଦେଖାଦେବେ । ଯାହାର ସୁଟିଂ ଏବେ ଦିଲ୍ଲୀରେ ଜୋରସୋରରେ ଚାଲିଛି ।

Leave a Reply

Your email address will not be published. Required fields are marked *