latest

ନିର୍ବାଚନ ପୂର୍ବରୁ ପରଦାକୁ ଆସିବ ମୋଦିଙ୍କ ବାୟୋପିକ୍

Spread the love

ନିର୍ବାଚନର ପ୍ରଭାବ ଚାରିଆଡେ ଦେଖିବାକୁ ମିଳୁଛି । ତେବେ ଏଥିରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ବାଦ୍ ପଡିନାହାନ୍ତି । ନିର୍ବାଚନ ପୂର୍ବରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ରିଲିଜ୍ ହେବ ବୋଲି ଜଣାପଡିଛି । ନିର୍ବାଚନ ତାରିଖ ଏପ୍ରିଲ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ତାରିଖକୁ ଆଖି ଆଗରେ ରଖି ଫିଲ୍ମ ଏପ୍ରିଲ ୫ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି । ପୂର୍ବରୁ ଫିଲ୍ମ ଏପ୍ରିଲ ୧୨ରେ ରିଲିଜ୍ ହେବାର ଥିଲା ।

 ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହି ଫିଲ୍ମଟିକୁ ନିର୍ମାଣ କରାଯାଇଥିବା ନିର୍ମାତା କହିଛନ୍ତି । ଫିଲ୍ମଟି ହିନ୍ଦୀ ସମେତ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ କରାଯିବ ।  ରାଷ୍ଟ୍ରୀୟ ପୁରଷ୍କାର ବିଜେତା ଅମଙ୍ଗ କୁମାର ଏହି ଫିଲ୍ମର ଡାଇରେକ୍ଟର ଅଛନ୍ତି। ବଲିଉଡ୍‌ ଅଭିନେତା ବିବେକ୍ ଓବରୟେ ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଆରମ୍ଭରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁ ବିଷୟ ଦର୍ଶାଯାଇଛି। ନିର୍ମାତାମାନେ ପୂର୍ବରୁ ଫିଲ୍ମର ପ୍ରଥମ ଲୁକ୍‌ ଏବଂ ପୋଷ୍ଟରକୁ ୨୩ଟି ଭାଷାରେ ଜାରି କରି ସାରିଛନ୍ତି । ଏହି ଫିଲ୍ମରେ ମନୋଜ ଯୋଶୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକାରେ ଆସୁଛନ୍ତି।  ଅଭିନେତା ବୋମନ୍ ଇରାନି ଲୋକପ୍ରିୟ ବିଜନେସ୍‌ ମ୍ୟାନ୍ ରତନ୍ ଟାଟାଙ୍କ ଭୂମିକାରେ ଦେଖାଦେବେ। ସଂନ୍ଦିପ ସିଂ ଏହି ଫିଲ୍ମର ନିର୍ମାତା ଏବଂ କ୍ରିଏଟିଭ୍‌ ଡାଇରେକ୍ଟର୍‌  ଅଛନ୍ତି।

Leave a Reply

Your email address will not be published. Required fields are marked *