ଗିରଫ ହେଲେ ପେରୁର ପୂର୍ବତନ ରାଷ୍ଟ୍ରପତି

Spread the News

ପେରୁର ପୂର୍ବତନ  ରାଷ୍ଟ୍ରପତି ଆଲେଜାନ୍ଦ୍ରୋ ତୋଲେଦୋ ଗିରଫ ହୋଇଛନ୍ତି।   ସର୍ବ ବୃହତ୍ତ ଦୁର୍ନୀତି ସହ ଜଡ଼ିତ ପୂର୍ବତନ ରାଷ୍ଟ୍ରପତି ସର୍ବସାଧାରଣରେ ମଦ ପିଇ ବୁଲୁଥିବାବେଳେ କାଲିଫର୍ଣ୍ଣିଆରେ ପୁଲିସ ଗିରଫ କରିଛି। ମାତ୍ର ଅଧିକାରୀମାନେ ଆଲେଜୋନ୍ଦ୍ରାଙ୍କୁ ଗୋଟିଏ ରାତି ଜେଲରେ ରଖିବା ପରେ ଛାଡ଼ି ଦେଇଛନ୍ତି। ସେ ଲାଟିନ ଆମେରିକାର ସବୁଠାର ବଡ଼ ଦୁର୍ନୀତି ସହିତ ଜଡ଼ିିିତ ଅଛନ୍ତି। ସାନ ମୋଟିଓ ସେରିଫ କାର୍ଯ୍ୟାଳୟର ମୁଖପାତ୍ର ରୋଜମେରୀ ବ୍ଲେକ୍ସେଓ୍ଵଡ ସୋମବାର କହିଛନ୍ତି, ୭୨ ବର୍ଷିଅ ତୋଲେଦୋଙ୍କୁ ରବିବାର ରାତି ମେନଲୋ ପାର୍କ ସହରର ସାନ ଫ୍ରାନ୍ସସିକୋ ଅଂଚଳରୁ ପୁଲିସ ଗିରଫ କରିଥିଲା।