latest

ହୋଲିରେ କେଶର ଯତ୍ନ

Spread the love

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି।  କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା । ହୋଲି ଖେଳିସାରିବା ପରେ କେଶ ଭଲଭାବେ ସଫା କରିବା ମଧ୍ୟ ଜରୁରୀ। ଯଦି ଆପଣ ହୋଲି ରଙ୍ଗର ସାଇଡ୍‌ ଇଫେକ୍ଟରୁ ବଞ୍ଚତ୍ବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ କିଛି ନାଚୁରାଲ ଉପାୟ ବିଷୟରେ ସୂଚନା ଦେଉଛୁ , ଯାହାର ସାହାଯ୍ୟ ନେଇ ହୋଲି ରଙ୍ଗ ଦ୍ୱାରା ହେଉଥିବା କ୍ଷତିରୁ କେଶକୁ  ରକ୍ଷା କରିପାରିବେ। 

ମୁଣ୍ଡରେ  ଲାଗିଥିବା ରଙ୍ଗକୁ ହାତ ସାହାଯ୍ୟରେ କାଢ଼ନ୍ତୁ। ଏହାପରେ ପାନିଆ ସାହାଯ୍ୟରେ କେଶକୁ କୁଣ୍ଡାଇ ରଙ୍ଗକୁୁ ସହଜରେ କାଢ଼ିପାରିବେ। ଏପରି କରିବା ଦ୍ୱାରା ଯେତେ ବି ରଙ୍ଗ ଥିବ ସେ ବାହାରିଯିବ। ରଙ୍ଗ ଲାଗିବା ଦ୍ୱାରା ତାହା ଡ୍ରାଏ ହୋଇଯାଏ। ଏହାକୁ ସିଲ୍‌କୀ କରିବାକୁ ହେଲେ  ଲେମ୍ବୁ ଲଗାନ୍ତୁ। ଲେମ୍ବୁକୁ ଏକ ବାଲ୍‌ଟି ପାଣିରେ ପକାଇ ଦିଅନ୍ତୁ। ଏବେ ଏହି ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ।

ଏହିପରି ଭାବରେ ମୁଣ୍ଡକୁ ଧୋଇବା ଦ୍ୱାରା ସ୍କାଲ୍ପ କ୍ଷତିକାରକ ହେବ ନାହିଁ। ରଙ୍ଗରେ  କେଶର ଚମକ ନଷ୍ଟ ହୋଇଯାଏ।  ଏମିତିରେ କେଶର ଚମକ ପାଇବାକୁ ହେଲେ ଅଣ୍ଡାରେ ବାଦାମତେଲ ସହ ଜଡ଼ାତେଲ ମଧ୍ୟ ପକାଇ ମସାଜ୍‌ କରିପାରିବେ।

ଏପରି ମସାଜ୍‌ କରିବା ଦ୍ୱାରା କେଶ ଚମକିବ। ଏହାଦ୍ୱାରା ଆପଣଙ୍କ କେଶ ଖରାପ ହେବନି ଓ ତା’ର ବୃଦ୍ଧି ଭଲ ହେବ।  ଓ ମହୁ କେଶ ପାଇଁ ଭଲ ହେୟାର ପ୍ୟାକ୍‌ । ଏହାକୁ ଲଗାଇବା ଦ୍ୱାରା କେଶ ମୂଳ ପର୍ଯ୍ୟନ୍ତ କଣ୍ଡିସନିଂ ହୋଇଯାଏ। ଏହାଦ୍ୱାରା କେଶ ସଫ୍ଟ ହୋଇଯାଏ। ସପ୍ତାହରେ ଅତିକମ୍‌ରେ ୩ଥର ଏହାକୁ ବ୍ୟବହାର କରିପାରିବେ। 

ଖେଳିବା ପରେ କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାପରେ ହର୍ବାଲ ସାମ୍ପୁ ବ୍ୟବହାର କରନ୍ତୁ। କେଶକୁ ଧୋଇବା ପରେ କଣ୍ଡିସନର କରିବାକୁ ଭୁଲନ୍ତୁ ନାହିଁ। ପରେ କେଶରେ ମେହେନ୍ଦୀ ଯେମିତି ହେଲେ ଲଗାନ୍ତୁ।

Tags: