ସ୍କୁଲରେ ଏପ୍ରିଲ 2ରୁ ସକାଳ ପଢ଼ା ଓ ମେ’ 6ରୁ ଖରାଛୁଟି

Spread the News

କିଛି ଦିନ ମଧ୍ୟରେ ସମସ୍ତ ସ୍କୁଲର ବାର୍ଷିକ ପରୀକ୍ଷା ଶେଷ ହେବାକୁ ଯାଉଛି । ଏହାପରେ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ଏଥିସହିତ ଦିନକୁ ଦିନ ଖରାର ପ୍ରଭାବ ବଢ଼ିବାରେ ଲାଗିଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ନୋଟିସ୍ ଜାରି କରାଯାଇଛି । 

ଓଡ଼ିଶାରେ ଏପ୍ରିଲ 2ରୁ ସବୁ ସ୍କୁଲ ଗୁଡ଼ିକରେ ସକାଳ ପଢ଼ା ଆରମ୍ଭ ହେବ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ସକାଳ ପଢ଼ା କରାଯିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଏପ୍ରିଲ 2ରେ ପ୍ରବେଶ ଉତ୍ସବ ଏବଂ 3ରୁ ନୂଆ ଶିକ୍ଷା ଆରମ୍ଭ ହେବ। ଏପ୍ରିଲ 2 ପରଠାରୁ ମେ’ ମାସ 5 ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ଣ 6ଟା 30ରୁ ପୂର୍ବାହ୍ଣ 10ଟା 30 ଯାଏଁ ସ୍କୁଲ ଖୋଲା ରହିବ। ପୂର୍ବାହ୍ଣ 10ଟାରେ ପିଲାମାନଙ୍କୁ ମଧ୍ୟାହ୍ଣ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ ହୋଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ଜଣାପଡ଼ିଛି।