ନିର୍ବାଚନ କମିଶନ ଦେଶର 18 ରାଜ୍ୟରୁ ଜବତ କଲେ 539 କୋଟି

Spread the love

 2019 ଲୋକସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ 10 ତାରିଖ ଠାରୁ ସମଗ୍ର ଦେଶରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି। ଚଳିତ ନିର୍ବାଚନରେ କଳାଧନର କାରବାରକୁ ରୋକିବା ପାଇଁ ନିର୍ବାଚନ କମିଶନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ 10 ତାରିଖ ଠାରୁ 24 ତାରିଖ, ଦୁଇ ସପ୍ତାହ ମଧ୍ୟରେ ଦେଶର 18ଟି ରାଜ୍ୟରୁ ନିର୍ବାଚନ କମିଶନ 539.992 କୋଟି ଟଙ୍କା ଜବତ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଏହି କ୍ରମରେ ନିର୍ବାଚନ କମିଶନ ଉତ୍ତରପ୍ରଦେଶରୁ ସର୍ବାଧିକ 104.23 କୋଟି ଜବତ କରିଥିବା ବେଳେ ଆଣ୍ଡାମାନ ଓ ନିକୋବାରରୁ ସର୍ବନିମ୍ନ 0.9 କୋଟି ଟଙ୍କା ଜବତ କରିଛନ୍ତି।

ଏତଦ୍‌ ବ୍ୟତୀତ ଆନ୍ଧ୍ରପ୍ରଦେଶରୁ 103.4 କୋଟି, ଗୁଜୁରାଟରୁ 6 କୋଟି, ମଣିପୁରରୁ 22.6 କୋଟି, ପଶ୍ଚିମବଙ୍ଗରୁ 16.295 କୋଟି, ଆସାମରୁ 4.20 କୋଟି ଓ ଅରୁଣାଚଳ ପ୍ରଦେଶରୁ 2.28 କୋଟି ଜବତ ହୋଇଥିବା ବେଳେ କର୍ଣ୍ଣାଟକରୁ 26.53 କୋଟି, ମଧ୍ୟପ୍ରଦେଶରୁ 9.197 କୋଟି ଏବଂ ମହାରାଷ୍ଟ୍ରରୁ 19.11 କୋଟି ଜବତ କରିଛନ୍ତି ନିର୍ବାଚନ କମିଶନ।