ଚକୋଲେଟ୍ ମିଲ୍କ ସେକ୍

Spread the News

ଶରୀର ସୁସ୍ଥ ରଖିବା ପାଇଁ ପ୍ରତିଦିନ କ୍ଷୀର ପିଇବା ଜରୁରୀ । ମାତ୍ର ପିଲାମାନେ ପ୍ରତିଦିନ କ୍ଷୀର ପିଇବା ପାଇଁ ପସନ୍ଦ କରି ନ ଥାନ୍ତି । ତେବେ ସେମାନଙ୍କୁ କ୍ଷୀର ପିଆଇବା ପାଇଁ ସେଥିରେ କିଛି ନୂଆ ଫ୍ଲେବର ପକାଇ ଦେଲେ ସେମାନେ ତାହା ଖୁସିରେ ପିଇଥାନ୍ତି । ତେବେ ଛୋଟ ପିଲାଙ୍କ ପାଇଁ ଆମେ ନେଇ ଆସିଛୁ ଚକୋଲେଟ୍ ମିଲ୍କ ସେକ୍ ।

ଏହାକୁ ପ୍ରସ୍ତୁତ କରିବା ପାଇଁ କ’ଣ ରହିଛି ସାମଗ୍ରୀ:
-200ମିଲି ଗ୍ରାମ ଥଣ୍ଡା କ୍ଷୀର
-50ଗ୍ରାମ ଥଣ୍ଡା ଫ୍ରେସ୍ କ୍ରିମ୍
-20ଗ୍ରାମ୍ ଗୁଣ୍ଡ ଚକୋଲେଟ୍
-ମାର୍କେଟରେ ମିଳୁଥିବା ସଫ୍ଟ ଚକୋଲେଟ୍ ଖଣ୍ଡେ
-1/4 ଚାମଚ କଫି
-1 ଚାମଚ ଚିନି

ପ୍ରସ୍ତୁତି କରିବା କିପରି:
ପ୍ରଥମେ ଗ୍ରାଇଣ୍ଡରେ ନେଇଥିବା ସମସ୍ତ ସାମଗ୍ରୀକୁ ଏକାଠି କରି ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହାପରେ ସର୍ଭ କରିବା ବେଳେ ଥଣ୍ଡା କରି ଏକ ଗ୍ଲାସରେ ସର୍ଭ କରନ୍ତୁ ।