latest

ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଆଫଗାନୀସ୍ତାନର ଉପରାଷ୍ଟ୍ରପତି: ସୁରକ୍ଷାକର୍ମୀ ମୃତ

Spread the love

ଆଫଗାନୀସ୍ତାନର ଉପରାଷ୍ଟ୍ରପତି ଅବଦୁଲ ରସିଦ୍‌ ଦୋସ୍ତମଙ୍କୁ ହତ୍ୟା କରିବା ପାଇଁ ପୁଣି ଉଦ୍ୟମ କରାଯାଇଛି । ଏହି ଆକ୍ରମଣରୁ ଅବଦୁଲ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏଥିରେ ତାଙ୍କର ଜଣେ ବ୍ୟକ୍ତିଗତ ସୁରୁକ୍ଷା କର୍ମୀଙ୍କର ମୃତ୍ୟୁ  ହୋଇଛି । ଦ୍ୱିତୀୟ ଥର ପାଇଁ ଅବଦୁଲଙ୍କୁ ହତ୍ୟା କରିବା ପାଇଁ ଏପରି ଉଦ୍ୟମ କରାଯାଇଛି ।

ଆକ୍ରମଣକାରୀମାନେ ଆଫଗାନୀସ୍ତାନ ଉପରାଷ୍ଟ୍ରପତିଙ୍କର କାରକେଡ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ବିଷୟରେ ଆଗୁର ସୂଚନା ମିଳିଥିଲା । ଆକ୍ରମଣରେ ଅନ୍ୟ ଦୁଇଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।  ପୂର୍ବରୁ ଅବଦୁଲଙ୍କୁ ହତ୍ୟାକରିବା ପାଇଁ ଆଉ ଏକ ଆକ୍ରମଣ କରାଯାଇଥିଲା । ଆତ୍ମଘାତୀ ବୋମା ବିସ୍ଫୋରଣ କରି ଅବଦୁଲଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଇସଲାମିକ ଷ୍ଟେଟ ଆତଙ୍କବାଦୀ  ଏହି ଆକ୍ରମଣ କରିଥିଲା ।