ଇକ୍ୱାଡୋରରେ 6.2 ତୀବ୍ରତାର ଭୂକମ୍ପ:ସୁନାମୀ ସତର୍କ ସୂଚନା ଜାରି

Spread the News

ଦକ୍ଷିଣ ଆମେରିକାର ଇକ୍ୱାଡୋର ତଟବର୍ତ୍ତୀ ଅଞ୍ଚଳରେ ରବିବାର 6.2 ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକା ଭୂ-ତତ୍ତ୍ୱ ସର୍ବେକ୍ଷଣ ବିଭାଗର ସୂଚନା ଅନୁସାରେ ଭୂମିକମ୍ପରେ ତତ୍କାଳ କ୍ଷୟକ୍ଷତିର କୌଣସି ଖବର ମିଳିନାହିଁ। ତେବେ ସୂନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି।
ଏଜେନ୍ସିଙ୍କ ସୂଚନା ଅନୁସାରେ ଭୂମିକମ୍ପ କେନ୍ଦ୍ର ପ୍ରଶାନ୍ତ ମହାସାଗର ଭିତରେ ଭୂଗର୍ଭର 18.5 କିଲୋମିଟର ତଳେ ଥିଲା। ରିଆକ୍ଟର ସ୍କେଲରେ ଏହାର ତୀବ୍ରତା 6.2 ରେକର୍ଡ କରାଯାଇଛି। ଭୂମିକମ୍ପ କେନ୍ଦ୍ରସ୍ଥଳଠାରୁ 100 କିଲୋମିଟର ଭିତରେ 1,56,000 ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 302,000 ଲୋକେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ କରିଛନ୍ତି। ଏହା ପୂର୍ବରୁ 2016ରେ ଇକ୍ୱାଡୋର7.8 ତୀବ୍ରତାର ଭୂମିକମ୍ପରେ ଥରି ଉଠିଥିଲା। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ 12,000ରୁ ଊର୍ଦ୍ଧ୍ବ ଲୋକେ ଆହତ ହୋଇଥିଲେ।