latest

ଖୁଆ ଚିକେନ୍‌

Spread the love

ଆବଶ୍ୟକ ସାମଗ୍ରୀ :

-ଚିକେନ୍: 500 ଗ୍ରାମ

-ଦହି ଅଧା କପ୍

-ଖୁଆ-  100 ଗ୍ରାମ

-ଶୁଖିଲା ଲଙ୍କା – 5ଟା

– ଗୋଟା ଧନିଆ – ଏକ ଚାମଚ୍

-ଘିଅ – 2 ଚାମଚ୍

– ପାନମଧୁରୀ  – ଅଧା ଚାମଚ୍

-ପିଆଜ: 2ଟି କଟାହୋଇଥିବା

– କଳା ଜିରା-  4 ଚାମଚ୍

-ଲବଙ୍ଗ-  3ଟି

– ଡାଳଚିନ୍:  1 ଇଞ୍ଚ

– କ୍ୟାପିସମ୍‌: ଅଧା କଟା ହୋଇଥିବା

-ଅଦା ରସୁଣ ବଟା: 1ଚାମଚ୍ 

– ରସୁଣ:  5ଟି କୋଲା 

-ଏକ ଛୋଟ ଚାମଚ୍

ପ୍ରସ୍ତୁତି ପ୍ରଣାଳୀ :

ଖୁଆ ଚିକେନ୍ ତିଆରୀ କରିବା ପାଇଁ ପ୍ରଥମେ କଡେଇରେ ତେଲ ଦେଇ ଗ୍ୟାସରେ ଗରମ ହେବାକୁ ରଖି ଦିଅନ୍ତୁ ।  ଯେତେବେଳେ ଏହା ଗରମ ହୋଇଯିବ ଏହା ଉପରେ ଶୁଖିଲା ଲଙ୍କା ପକାନ୍ତୁ । ଏହା ପରେ ପାନମଧୁରୀ, ଧନିଆ, କଳାଜିରା  ପକାଇ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ । ଏହା ପରେ ଗ୍ୟାସକୁ ବନ୍ଦ କରି ଭଜା ହୋଇଥିବା ଗୋଟା ମସଲାରେ ଚିମୁଟାଏ ଲୁଣ ପକାଇ କୁଟି ଦିଅନ୍ତୁ । ଚିକେନକୁ ଭଲ କରି ଧୋଇ ଏକ ପାତ୍ରରେ ରଖନ୍ତୁ । ତିଆରି ଗୋଟା ମସଲା, ଦହି, ଖୁଆ ଢାଳିକି  ଠିକ୍ ଭାବେ ମିଶାଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ । 

ଏହାରି ମଧ୍ୟରେ କଡେଇ ଗରମ କରି ସେଥିରେ ଘିଅ ପକାନ୍ତୁ । ଘିଅ ଗରମ ହେବା ପରେ ଗୋଟା ଡାଳଚିନି ପକାନ୍ତୁ । ପିଆଜ ଦେଇ ଲାଲ ହେବା ପର୍ଯ୍ୟନ୍ତ  ଭାଜନ୍ତୁ । ପିଆଜ ହେବା ପରେ ଅଦା–ରସୁଣ ବଟା,  କଟା କ୍ୟାବସିକମ୍‌ ଓ ଗୋଟା ରସୁଣ କୋଲା ପକାଇ 2 ରୁ 3 ମିନିଟ୍ ଭାଜନ୍ତୁ । ଯେତେବେଳେ ମସଲାରୁ ତେଲ ଛାଡ଼ି ଆସିବ ସେତେବେଳେ ଗୋଳା ହୋଇ ରହିଥିବା ଚିକେନ୍‌କୁ ପକାଇ ଗୋଳାଇବେ । ଚିକେନକୁ ଦେଇ 2 ରୁ 5 ମିନିଟ୍ ପର୍ଯ୍ୟନ୍ତ କମ୍ ଗ୍ୟାସରେ ବସାନ୍ତୁ । ଏହା ଚିକୋନ୍‌କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅଧ ଘଣ୍ଟା ପର୍ଯ୍ୟନ୍ତ ଭଲ ଭାବେ କଷନ୍ତୁ । ପ୍ରସ୍ତୁତ ହୋଇଗଲା ଖୁଆ ଚିକେନ୍‌ ।  ଏହାକୁ ଏକ ବାଉଲରେ ଢାଳି ଖୁଆରେ ସଜାନ୍ତୁ ଏବଂ ନାନ୍‌ ଓ ରୁଟି ସହିତ ପରଷନ୍ତୁ । 

Tags:

Leave a Reply

Your email address will not be published. Required fields are marked *