ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

Spread the love

 ସୋର ମ୍ୟୁନିସିପାଲିଟି ପାର୍‌ ମହଲାର ଜଣେ ବ୍ୟକ୍ତି  ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ନିଜ ତଣ୍ଟି କାଟୁଥିବା ସମୟରେ ପୁଲିସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଶେକ୍‌ ମଣ୍ଟୁ ଭୋର୍‌ ସମୟରେ ନିଜ ଘରେ ପତ୍ନୀ ବେବି ଖାତୁନଙ୍କ ତଣ୍ଟି ଛୁରିରେ କାଟି ହତ୍ୟା କରିବା ପରେ ଘର ଠାରୁ ଏକ କିଲୋମିଟର ଦୂର ଅଡ଼ଙ୍ଗ ବଜାରସ୍ଥିତ ଏକ ପୀର ପୀଠରେ ନିଜ ତଣ୍ଟି କାଟୁଥିଲେ। ଏ କଥା ଦେଖି ସେଠାରେ ଥିବା ଲୋକେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆଇଆଇସି କ୍ଷମାସାଗର ପଣ୍ଡା ବହୁ କଷ୍ଟରେ ଶେକ୍‌ ମଣ୍ଟୁକୁ କାବୁ କରିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ  କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Tags:

Leave a Reply

Your email address will not be published. Required fields are marked *