latest

ଫନି: ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ଜାରି

Spread the News

ସାମୁଦ୍ରିକ ଝଡ଼ ‘ଫନି’ ମେ’ ମାସ 3 ତାରିଖରେ ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ଗୁରୁବାର ହେଲପ୍‌ଲାଇନ୍‌ ଜାରି କରାଯାଇଛି। ନିମ୍ନରେ ଦିିଆଯାଇଥିବା ହେଲପ୍‌ଲାଇନ୍‌ ନମ୍ବର ଜରିଆରେ ଲୋକେ ଟ୍ରେନ୍‌ ଚଳାଚଳ ଜନିତ ସୂଚନା ପାଇପାରିବେ। 

ଝଡ଼ ‘ଫନି’ ମେ’ ମାସ 3 ତାରିଖ ପୂର୍ବାହ୍ନ 8  ରୁ 10 ଟା ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 170 ରୁ 180 କିଲୋମିଟର ରହିପାରେ। ତେଣୁ ବିପଦ ଥିବାରୁ ଘରୁ ଲୋକେ ନ ବାହାରିବା ପାଇଁ ସରାକାର ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଦୋକାନ, ବଜାର, ଅଫିସ୍‌, ଗାଡ଼ି ମଟର ଚଳାଚଳ ସବୁ ରଖାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି।

Tags: