ଦିନ ୧୨ଟା ଯାଏ ଫନୀର ପ୍ରଭାବ ଅଧିକ ରହିବ!

Spread the love

ଆଜି କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଏକ ବୈଠକ କରାଯାଇଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ସାମୁଦ୍ରିକ ଝଡ଼ ଫଳରେ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର ପଦାଧିକାରୀମାନେ ବୈଠକରେ ପ୍ରକାଶ କରିଥିଲେ ।

ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଜଣାଇଥିଲେ ଯେ ରାଜ୍ୟର ୯ ଜିଲ୍ଲାରେ ଥିବା ୧୦ ହଜାର ଗ୍ରାମ ଓ ୫୨ଟି ସହରରେ ଥିବା ଲୋକମାନେ ପ୍ରଭାବିତ ହେବେ ।

Tags: