ଜାକିର ନାଏକ ବିରୋଧରେ ଅଭିଯୋଗଫର୍ଦ ଦାଖଲ କଲା ଇଡ଼ି

Spread the love

ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଗୁରୁବାର ବିବାଦୀୟ ଇସଲାମ ଧର୍ମ ପ୍ରଚାରକ ଜାକିର ନାଏକ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରିଛି। ଏହାସହ ଇଡ଼ି 193.06 କୋଟି ଟଙ୍କାର ଅପରାଧିକ ସମ୍ପତ୍ତି ଚିହ୍ନଟ କରିଛି। ଇଡ଼ି ଜାକିର ନାଏକର 50 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
ପ୍ରକାଶ ଯେ, ଜାକିର ନାଏକ ଏବଂ ଅନ୍ୟମାନଙ୍କ ବିରୋଧରେ 2016 ଡିସେମ୍ବର 22ରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ 22ରେ ଜାକିର ନାଏକଙ୍କୁ ବେଆଇନ ଅର୍ଥ କାରବାର ଏବଂ ପାଣ୍ଠି ସ୍ଥାନାନ୍ତରରେ ସହଯୋଗ କରିବା ଅଭିଯୋଗରେ ନଜମୁଦ୍ଦିନ ସାଥକଙ୍କୁ ଗିରଫ କରାଯାଇଛି। ଜାନୁଆରୀ 19ରେ ଇଡ଼ି ନାଏକର 16.40 କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।ଜାକିର ନାଏକ ଏବେ ମାଲେସିଆରେ ରହୁଛି। ଭାରତ ଜାକିର ନାଏକର ପ୍ରତ୍ୟବର୍ତ୍ତନ ପାଇଁ ମାଲେସିଆ ସରକାରଙ୍କ ସହ କୂଟନୈତିକସ୍ତରରେ ଆଲୋଚନା ଜାରି ରଖିଛି।

Tags: