latest

ପୁରୀଠାରୁ 285 କିମି ଦୂରରେ ରହିଛି ଫନି

Spread the News

ପୁରୀକୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା ଫନି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁରୀର ଆହୁରି ନିକଟତର ହେବାରେ ଲାଗିଛି ବାତ୍ୟା ଫନି । ପୁରୀ ଠାରୁ ବର୍ତ୍ତମାନ ସମୟରେ 285 କିମି ଦୂରରେ ରହିଛି ବାତ୍ୟା । ଅନ୍ୟପଟେ ବିଶାଖାପାଟଣା ଠାରୁ ବାତ୍ୟାର ଅବସ୍ଥିତି 160 କିମି ଦୂରରେ ରହିଛି । ତେବେ ଆସନ୍ତାକାଲି 8 ଟାରୁ 10ଟା ଭିତରେ ଫନି ଲ୍ୟାଣ୍ଡଫଲ କରିବ ବୋଲି ଖବର ମିଳିଥିବା ବେଳେ ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ 210 କିମି ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ସର୍ବାଧିକ 200 କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ ହେଉଥିଲା । ତେବେ ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ଅତି କମରେ 170 କିମି ରହିବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ଫନିର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି 4 ଲକ୍ଷ ଲୋକଙ୍କୁ 879ଟି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, 3 ଲକ୍ଷ 31 ହଜାର 794 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପୁରୀରେ 22 ହଜାର 250, ଖୋର୍ଦ୍ଧାରେ 4 ହଜାର 993, ନୟାଗଡ଼ରେ 982, ରାୟଗଡ଼ାରେ 7 ହଜାର 500 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଗଞ୍ଜାମରେ 1 ଲକ୍ଷ 82 ହଜାର 815, ଯାଜପୁରରେ 29 ହଜାର 500, ଭଦ୍ରକରେ 24, 600 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

Tags: