କଟକ ଓ ଭୁବନେଶ୍ୱରରେ 100 ରୁ ଅଧିକ କିମି ବେଗରେ ବହିବ ପବନ

Spread the love

ଫନିର ତାଣ୍ଡବରୁ ବର୍ତ୍ତି ପାରିବନ ଟ୍ୱିନ ସିଟି । ଫନିର ପ୍ରଭାବରେ ଆସନ୍ତାକାଲି କଟକ ଓ ଭୁବନେଶ୍ୱରରେ ପବନର ବେଗ 100 କିମି ଅତିକ୍ରମ କରିବ । ବାତ୍ୟା ପାଇଁ କାଲି ରାତି ଯାଏ ଟ୍ୱିନ ସିଟିରେ ବର୍ଷା ଲାଗି ରହିବ । ଏହା ସହ ବର୍ଷାର ପରିମାଣ 30 ସେଣ୍ଟିମିଟର ହେବା ସୂଚନା । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର.ବିଶ୍ୱାସ ସୂଚନା ଦେଇଛନ୍ତି।   

ଓଡିଶା ଆଡକୁ ମାଡି ଆସୁଛି ଭୟଙ୍କର ରୁପ ଧାରଣ କରି ସାରିଥିବା ସାମୂଦ୍ରିକ ଝଡ ଫୋନି । ଏହା ପୁରୀଠାରୁ ଆଉ ପ୍ରାୟ 280 କିମି ଦୂରରେ ରହିଛି । ଆସନ୍ତା କାଲି ଦିନ  8 ଟାରୁ 10ଟା ଭିତରେ ଲ୍ୟାଣ୍ଡଫଲ କରିବ । 12 ଟା ପର୍ଯ୍ୟନ୍ତ ପବନର ପ୍ରଭାବ ଜାରି ରହିବ ।  ଏହି ସମୟରେ 170 ରୁ 180 କିମି ବେଗରେ ପବନ ବହିବ । କେତେକ ସ୍ଥାନରେ ଏହା ବେଳେବେଳେ 200 କିମି ବେଗରେ ପବନ ବହିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଫନି ଘଂଟା ପ୍ରତି 16 କିମି ବେଗରେ ମାଡି ଆସୁଛି । ଏହା ଉଗ୍ର ରୂପ ଧାରଣ କରି ସାରିଛି । ପୁରୀ ପାଖାପାଖି ଯେକୌଣସି ଅଂଚଳରେ ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ ହେବା ନେଇ କୌଣସୀ ନିଦ୍ଧିଷ୍ଟ ସ୍ଥାନ ନିରୂପଣ ହୋଇପାରୁ ନାହିଁ । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଲ୍ୟାଣ୍ଡଫଲ ହେବା ପରେ ବନ୍ୟା ହେବାର ସମ୍ଭାବନା ରହିଛି । କାରଣ ବାତ୍ୟା ପରେ 200 ମିଲି ମିଟର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି ।  

Tags: