ଫନି’ ଲ୍ୟାଣ୍ଡଫଲ୍ ସମୟରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶା

Spread the love

ଆସନ୍ତାକାଲି ୮ଟାରୁ ୧୦ ମଧ୍ୟରେ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ ଫନି । ଏନେଇ ଭାରତୀୟ ପାଣିପାଗ ବିଭାଗ  ଡିଜି ଏକ ପ୍ରେସମିଟ୍ କରିଛନ୍ତି । ଲ୍ୟାଣ୍ଡଫଲ୍ ସମୟରେ ଫନିର ପ୍ରଭାବ ଓଡ଼ିଶାର ଅଧିକ ରହିବ । ଓଡ଼ିଶା ସର୍ବାଧିକ ପ୍ରଭାବିତ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସମୟରେ ପୁରୀଠାରୁ ୩୨୦ କିମି ଦୂରରେ ରହିଛି ଫନି । ବର୍ତ୍ତମାନ  ଘଣ୍ଟା ପ୍ରତି ଏବେ ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ।

ଏଥିପାଇଁ ଭୁବନେଶ୍ବରକୁ ୨୪ ଘଣ୍ଟା ବିମାନ ଚଳାଚଳ ବନ୍ଦ ରହିବ । ପ୍ରଭାବିତ ରାଜ୍ୟ ଉପରେ ନଜର ରଖିବାକୁ କେନ୍ଦ୍ରର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶା ସମେତ ଆନ୍ଧ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗର ଉଚ୍ଚ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ବାତ୍ୟା ପ୍ରଭାବିତ ରାଜ୍ୟରେ ରିଲିଫ ଓ ରେସ୍କ୍ୟୁ ପାଇଁ କୋଷ୍ଟଗାର୍ଡର ଜାହାଜ ପ୍ରସ୍ତୁତ ରଖାଯାଇଛି । 

Tags: