ଫନି’ର ଫିଟିଲା ଆଖି, ଜାଣନ୍ତୁ କ’ଣ ରହିବ ପ୍ରଭାବ

Spread the love

ବାତ୍ୟା ଫୋନିର ଫିଟିଲା ଆଖି । ସମୁଦ୍ର ମଧ୍ୟରେ ଶକ୍ତି ଗୋଟାଉଥିବା ଫୋନିର ଆଖି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଆଉ ଏହାସହ ଅଶାନ୍ତ ହୋଇ ଉଠିଛି ସମୁଦ୍ର । ଫୋନି ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସର୍ତକ କରିଛି । ତେବେ ପବନର ବେଗ କିଛି ସ୍ଥାନରେ ୨୦୦ କିଲୋମିଟର ପ୍ରତି ଘଣ୍ଟା ପାର କରିପାରେ ।

ଯାହା ରାଜ୍ୟବାସୀଙ୍କ ଚିନ୍ତା ବଢାଇ ଦେଇଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ଫୋନିର ଆଖି ଦେଖାଯିବା ପରେ ଏହା ଉପରେ ଏବେ ପାଣିପାଗ ବିଭାଗର ନଜର ରହିଛି । କାରଣ ‘ଫୋନି’ର ଆଖିର ପରିଧି ଯେତିକି ବଢିବ ସେତିକି ଅଧିକ ହେବ ତାହାର ପ୍ରଭାବ । ଖାସକରି ଫୋନିର ଆଖି ଯେଉଁ ଅଞ୍ଚଳରେ ମାଡ ହେବ ତାହା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ । 

Tags: