latest

ଫୋନି’ ମୁକାବିଲା : ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Spread the News

 ଫୋନିର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି  ।  ଏହି ବୈଠକରେ କ୍ୟାବିନେଟ୍‌ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମ୍‌ଡି, ଏନ୍‌ଡ଼ିଆରଏଫ୍‌ର ବରିଷ୍ଠ ଅଧିକାରୀ  ସାମିଲ ଥିଲେ  । ବାତ୍ୟା ଆଶଙ୍କା ଥିବା ରାଜ୍ୟ ଗୁଡିକରେ କିଭଳି ଭାବେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ଏବଂ ବାତ୍ୟା ମୁକାବିଲା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ଏ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ  । 

ଯେଉଁ ରାଜ୍ୟ ଗୁଡିକରେ ବାତ୍ୟାର ପ୍ରଭାବ ରହିବ, ସେହି ରାଜ୍ୟ ଗୁଡିକ ସହ ଯୋଗସୂତ୍ର ରଖିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ  ।