latest

ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ

Spread the News

 ସାମୁଦ୍ରିକ ଝଡ଼ଫୋନି ପ୍ରଭାବରେ ପୁରୀ ସମେତ କେତୋଟି ଜିଲାରେ ବର୍ଷା ଆରମ୍ଭ ହୋଇଗଲାଣି। ଗଜପତି, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଭୁବନେଶ୍ୱରରେ ବର୍ଷା ହେଉଥିବା ଜଣାପଡ଼ିଛି। ଫନୀ ପ୍ରଭାବରେ ଗୁରୁବାର ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ପୁରୀ, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଜଗତ୍‌ସିଂପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ।

ସୂଚନାଯୋଗ୍ୟ, ଫନୀ ପୁରୀଠାରୁ ୩୬୦ କି.ମି. ଦୂରରେ ରହିଛି। ଘଣ୍ଟାପ୍ରତି ବ୫ କି.ମି ବେଗରେ ଏହା ଓଡ଼ିଶା ଆଡକୁ ଗତି କରୁଛି। ଶୁକ୍ରବାର ଅପରାହ୍ନ ୫ଟାରେ ଏହା ପୁରୀ ପାଖାପାଖୀ କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କି.ମି ରହିପାରେ। କେତେକ ସ୍ଥାନରେ ଘଣ୍ଟାପ୍ରତି ୨୦୦ କି.ମି. ବେଗରେ ମଧ୍ୟ ପବନ ବହିପାରେ।

Tags: