ପୋଲିସ ଗାଡିରୁ  ଡେଇଁ ଫେରାର ଯୁବକ ଚମ୍ପଟ

Spread the love

  ଥାନାକୁ ପଚରାଉଚରା ପାଇଁ ନେଉଥିବାବେଳେ ଜଣେ ଯୁବକ ଚମ୍ପଟ ମାରିଛି । ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ବରଗଡ ପୋଲିସ ପଚରାଉଚରା ପାଇଁ ଥାନାକୁ ଆଣୁଥିବାବେଳେ ଗାଡିରୁ  ଡେଇଁ ଫେରାର ହୋଇଯାଇଛି । ଆଉ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପୋଲିସ ସଂପୃକ୍ତ ଯୁବକଙ୍କୁ ଧରିବା ଲାଗି ଦୌଡିଥିଲେ ବି ଏଥିରେ ସଫଳ ହୋଇନଥିଲେ ।

ତେବେ କେଉଁ କାରଣ ପାଇଁ ଯୁବକଙ୍କୁ ଥାନାକୁ ଅଣାଯାଉଥିବା ତାହା ସ୍ପଷ୍ଟ ହୋଇନାହିଁ । ବରଗଡ ପୋଲିସ ବିଭିନ୍ନ ମାମଲାରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ରଖୁଛି । ଏପିରି ସଂପୃକ୍ତ ଅଭିଯୁକ୍ତ ଡାଟା ବେସ ବି ତିଆରି କରାଯାଉଛି ।

Tags: ,

Leave a Reply

Your email address will not be published. Required fields are marked *