ଆସନ୍ତା କାଲି ଠାରୁ ପୋଲିଂ ରିଟର୍ଣ୍ଣି ଅଫିସରଙ୍କୁ ଜିଲ୍ଲାସ୍ତରୀୟ ଟ୍ରେନିଂ

Spread the love

ଆସନ୍ତା କାଲି ଠାରୁ ଜିଲ୍ଲାସ୍ତରୀୟ ପୋଲିଂ ରିଟର୍ଣ୍ଣି ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବ । ମାଷ୍ଟର ଟ୍ରେନରମାନେ ସେମାନଙ୍କୁ ପ୍ରଶିକ୍ଷଣ ଦେବେ । ପ୍ରଶିକ୍ଷଣ ଶିବିର ହେବା ନେେଇ ସିଇଓ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । 

ଆସନ୍ତା ମଇ 23ରେ ଚଳିତ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଯାଉଛି । ଏଥିପାଇଁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ଭୋଟ୍ ଗଣତିରେ କିଭଳି ଭାବରେ ତ୍ରୁଟି ନରହିବ ସେଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଚେଷ୍ଟା କରାଯାଉଛି । ଏଥିପାଇଁ ଆସନ୍ତା କାଲି ଠାରୁ ଜିଲ୍ଲାସ୍ତରୀୟ ପୋଲିଂ ରିଟର୍ଣ୍ଣି ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବ । ମାଷ୍ଟର ଟ୍ରେନରମାନେ ସେମାନଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ସିଇଓ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଭୋଟ୍ ଗଣତି ପାଇଁ ୬୩ଟି ମତଗଣନା କେନ୍ଦ୍ର କରାଯାଇଛି । 

Tags:

Leave a Reply

Your email address will not be published. Required fields are marked *