ବିବାହ ପୂର୍ବରୁ ନାବାଳିକା ପ୍ରେମିକା ଶାରୀରିକ ସମ୍ପର୍କ ନରଖିବାରୁ ଗଳା କାଟିଲା ପ୍ରେମିକ

Spread the love

ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାଲିଆପାଳରେ ଘଟିଛି ଏକ  ଅଭାବନୀୟ ଘଟଣା । ଯେଉଁ ଝିଅକୁ ପ୍ରେମ କରୁଥିଲା ସେହି ଝିଅର ଗଳା କାଟି ଦେବାପାଇଁ ସାମାନ୍ୟ ପଛଘୁଂଚା ଦେଲା ନାହିଁ ଜହ୍ଲାଦ ପ୍ରେମିକ । ବାଲିଆପାଳର ଜଣେ ନାବାଳିକାଙ୍କ ସହିତ ରଙ୍ଗ୍ ନମ୍ବରରେ କଥାବାର୍ତ୍ତା ପରେ ଏକ ଅଜଣା ଯୁବକର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅଚିହ୍ନା ଯୁବକକୁ ବିଶ୍ୱାସ କରି ବିବାହ କରିବା ପାଇଁ ପ୍ରେମିକ ସହ ଘରୁ ଚାଲି ଆସିଥିଲେ ଏହି ନାବାଳିକା , ହେଲେ ବିବାହ ପୂର୍ବରୁ ପ୍ରେମିକ ଜଣକ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ସେ ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନୃଶଂସ ପ୍ରେମିକ ଏକ ବ୍ଲେଡରେ ତାଙ୍କ ଗଳା ଓ କାନକୁ କାଟି ପକାଇଥିବା ଅଭିଯୋଗ ହୋଇଛି । ଏପରିକି ଗୁରୁତର ଅବସ୍ଥାରେ ରକ୍ତ ଜୁଡୁବୁଡୁ ନାବାଳିକାଙ୍କୁ ମଧୁପୁରା ପଂଚାୟତ ହାସିମପୁରରେ ଏକ ନିଛାଟିଆ ରାସ୍ତାରେ ଫିଙ୍ଗିଦେଇ ଚାଲି ଯାଇଥିଲା ପ୍ରେମିକ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ୱର ହସପିଟାଲରେ ଭର୍ତି କରିଛନ୍ତି । ନାବାଳିକାଙ୍କଠୁ ଫୋନ ନମ୍ବର ନେଇ ତାଙ୍କ ଘର ଲୋକଙ୍କୁ ଯୋଗାଯୋଗ କରାଯାଇଛି । ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭକରିଥିବା ଜଣାଯାଇଛି।

Tags:

Leave a Reply

Your email address will not be published. Required fields are marked *