latest

ଜିଜିପି କଲୋନୀରେ କାର୍ ପାର୍କିଂରେ ଅଗ୍ନିକାଣ୍ଡ

Spread the love

ଭୁବନେଶ୍ୱରର  ଜିଜିପି କଲୋନୀ ଜଗନ୍ନାଥ ନଗରର ଏକ ଆପାର୍ଟମେଂଟ କାର୍ ପାର୍କିଂରେ ନିଆଁ  ଲାଗିବା ଫଳରେ 2ଟି କାର୍ ଓ 6ଟି ବାଇକ ଜଳିଗଲା । ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ନଗରର 15ନମ୍ବର ରୋଡରେ ଥିବା ହେରିଟେଜ ପ୍ରପର୍ଟି ଆପାର୍ଟମେଂଟର କାର ପାର୍କିଂରେ ବିଳମ୍ବିତ ରାତିରେ ନିଆଁ ଲାଗିଛି । ଫଳରେ ଆପାର୍ଟମେଂଟର ଚିତ୍ତରଂଜନ ଦାସଙ୍କ 2ଟି କାର ପୋଡି ଯାଇଛି ଏହା ସହ 6ଟି ବାଇକ ବି ଜଳି ଯାଇଛି । ଏହି ଘଟଣା ପରେ ସନ୍ଦେହ ଘେରରେ ରହିଛି ଆପାର୍ଟମେଂଟର ସିକ୍ୟୁରିଟି ଗାର୍ଡ । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି । ସୂଚନାଯୋଗ୍ୟ ଗତକାଲି ରାତିରେ ସିକ୍ୟରିଟି ଗାର୍ଡ଼ ସହ ଚିତ୍ତରଂଜନ ଦାସଙ୍କ ବଚସା ହୋଇଥିଲା । ଜଗିବା ପରିବର୍ତ୍ତେ ସିକ୍ୟୁରିଟି ଗାଡ଼ି ରାତି 12 ଟା ବେଳକୁ ଶୋଇପଡ଼ିଥିଲେ । ଆଉ ସେଥିପାଇଁ ଚିତ୍ତରଂଜନ ଦାସ ବିରକ୍ତ ହୋଇଥିଲେ । ଏଥିପାଇଁ ସିକ୍ୟୁରିଟି ଗାର୍ଡ଼କୁ ସେ ତାଗିଦ୍ କରିଥିଲେ। ତେବେ ଘଟଣାସ୍ଥଳରେ ଦେଖିବା ବେଳକୁ ଗୋଟିଏ ଗ୍ୟାସ ସିଲିଣ୍ଡର ପଡ଼ିଥିଲା । ଆଉ ପଚରାଉଚରା ପରେ ଜଣା ପଡ଼ିଛି ଉକ୍ତ ସିଲିଣ୍ଡରଟି ସିକ୍ୟୁରିଟି ଗାର୍ଡ଼ର ହିଁ ଥିଲା । ତେବେ ଏହି କାଣ୍ଡ ଘଟାଇବା ପରେ ସିକ୍ୟୁରିଟି ଗାର୍ଡ଼ ଏବେ ଫେରାର ଅଛି ।

Tags:

Leave a Reply

Your email address will not be published. Required fields are marked *