latest

ପୂର୍ବତନ ସାଂସଦମାନଙ୍କୁ ମାସେ ମଧ୍ୟରେ ସରକାରୀ କ୍ୱାଟର ଛାଡିବାକୁ ନିର୍ଦ୍ଦେଶ

Spread the News

ଯେଉଁ ସାଂସଦମାନେ ଏଥର ନିର୍ବାଚନରେ ଜିତି ନାହାନ୍ତି ସେମାନଙ୍କୁ ସରକାରୀ କ୍ୱାଟର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପୂର୍ବତନ ସାଂସଦମାନଙ୍କୁ ଏକ ମାସ ସମୟ ଦିଆଯାଇଛି । ଏକ ମାସ ପରେ କ୍ୱାଟର ଛାଡିବାକୁ ସେମାନଙ୍କୁ କୁହାଯାଇଛି । ଏଥିରେ କୌଣସି ଟାଳଟୁଳ ନୀତି ଗ୍ରହଣ କଲେ ଚଳିବ ନାହିଁ । ସେପଟେ ଏଥର ଲୋକସଭାକୁ ପ୍ରାୟ 340 ସାଂସଦ ଏପରି ଅଛନ୍ତି ଯେଉଁମାନେ ଗତ ଲୋକସଭାର ସଦସ୍ୟ ନଥିଲେ।

ଏଣୁ ସେମାନଙ୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ରହିବା ପାଇଁ େଓ୍ଵଷ୍ଟର୍ଣ୍ଣ କୋର୍ଟ କଂପ୍ଲେକ୍ସରେ ବ୍ୟବସ୍ଥା କରାଯାଇଛି । ଆଉ କେତେକଙ୍କ ପାଇଁ ବିଭିନ୍ନ ରାଜ୍ୟ ଭବନରେ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପୂର୍ବତନ ସାଂସଦମାନେ ବେଆଇନ ଭାବେ ସରକାରୀ କ୍ୱାଟର ଛାଡିବାକୁ ମନ କରୁନଥିଲେ । କିନ୍ତୁ 2014ରେ ମୋଦି ସରକାର ଆସିବା ପରେ ଏ ନେଇ କଡା ନିୟମ ଲାଗୁ କରିଥିଲେ। ଧାର୍ଯ୍ୟସମୟଠାରୁ ଅଧିକ ସମୟ ରହିଲେ ଜୋରିମାନା ଆଦାୟ କରାଯାଉଛି ।

Tags: