latest

ଜାମ୍ମୁ କାଶ୍ମୀର ବାରମୁଲ୍ଲାର ଉରି ଅଞ୍ଚଳରୁ ଓଡ଼ିଆ ଯୁବକ ଗିରଫ

Spread the News

ଜାମ୍ମୁ କାଶ୍ମୀର ବାରମୁଲ୍ଲାର ଉରି ଅଞ୍ଚଳରୁ ଜଣେ ୪୨ ବର୍ଷୀୟ ଓଡ଼ିଆ ଯୁବକ ଗିରଫ ହୋଇଛି । ଗିରଫ ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା କୁଳିଗାଁରେ । ଅଭିଯୁକ୍ତ ଦୁର୍ଯ୍ୟୋଧନ ମହାରାଜ ଠାରୁ ନେପାଳର ୧୨୬ଟି ମୁଦ୍ରା ଓ ହଜାରେ ନୋଟ ମଧ୍ୟ ଜବତ କରିଛି ଭାରତୀୟ ସେନା ।

ଦୁର୍ଯ୍ୟୋଧନ ମହାରାଜ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସମୟରେ ସ୍ଥାନୀୟ ଆର୍ମି ୟୁନିଟ ଦ୍ୱାରା ୩.୩୦ରେ ଧରାପଡ଼ିଥିଲା । ଏହାପରେ ଭାରତୀୟ ସେନା ଦୁର୍ଯ୍ୟୋଧନକୁ ଉରି ପୋଲିସକୁ  ହସ୍ତାନ୍ତର କରିଛି ।

Tags: