latest

24 ଘଣ୍ଟାରେ ଚଳାଚଳ କଲା 30 ଜାହାଜ

Spread the News

ଜାହାଜ ଚଳାଚଳରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର ।  ପୂର୍ବରୁ 24 ଘଣ୍ଟା ଭିତରେ 27ଟି ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟରେ ଚଳାଚଳ କରିଥିବା ବେଳେ ଗତକାଲି 30ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ବିଭିନ୍ନ ପଣ୍ୟସାମଗ୍ରୀ କାରବାର ପାଇଁ 11ଟି ଜାହାଜକୁ ସ୍ଥାନାନ୍ତରିତ କରାଯାଇଛି ।

ଆହୁରି 39ଟି ଜାହାଜ ବନ୍ଦର ଭିତରକୁ ଆସିବା ପାଇଁ ଆଙ୍କରେଜ୍ ଏରିଆରେ ଅପେକ୍ଷା କରି ରହିଥିବା କହିଛନ୍ତି ବନ୍ଦର କର୍ତୃପକ୍ଷ । ପାରାଦୀପ ପୋର୍ଟର ଏହି ରେକର୍ଡ ପାଇଁ ବନ୍ଦରର ଶ୍ରମିକ ଓ କର୍ମଚାରୀଙ୍କୁ ଶ୍ରେୟ ଦିଆଯାଇଛି।

Tags: