latest

ପୂର୍ବତନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

Spread the News

ଲୋକସଭା ନିର୍ବାଚନରେ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରି ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିବାକୁ ପହଂଚିଛନ୍ତି । ପ୍ରଣବ ମୁଖାର୍ଜୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦୀଙ୍କୁ ମିଠା ଖୁଆଇଛନ୍ତି । ଏଥର ବିଜେପିକୁ 303 ଲୋକସଭା ଆସନରୁ ବିଜୟ ମିଳିଛି ଏବଂ ସହେଯାଗୀ ଦଳଙ୍କ ବିଜୟକୁ ମିଶାଇ ସମୁଦାୟ 352 ଆସନ ହାସଲ ହୋଇଛି । ଏବେ ପୁଣି ଥରେ ଦେଶରେ ବିଜେପି ପୂର୍ଣ୍ଣ ବହୁମତ ସହ ସରକାର ତିଆରି କରିବାକୁ ଯାଉଛି । 

ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏହି ସାକ୍ଷାତକାରର ଫଟୋ ମୋଦୀ ନିଜ ଟ୍ୱିଟର ଆକାଉଂଟରେ ସେୟାର କରି ଲେଖିଛନ୍ତି କି, ପ୍ରଣବ ଦାଙ୍କ ଆଶୀର୍ବାଦ ନେଲି । ତାଙ୍କ ସହ ସାକ୍ଷାତ ହେଲେ ସର୍ବଦା ଅନୁଭବ ବଢେ । ତାଙ୍କ ଜ୍ଞାନ ଏବଂ ଉପଦେଶ ଭଳି ଆଉ କେହି ସମକକ୍ଷ ନାହାଁନ୍ତି । ବିଭିନ୍ନ ପ୍ରଚାରାତ୍ମକ ନାରା ସହ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି । ମୋଦୀଙ୍କ ନାମରେ ଏବଂ ରାଷ୍ଟ୍ରବାଦ ଲହରୀରେ ଏହି ବିଜୟ ପରେ ଦେଶରେ ବିଜେପି କାର୍ଯ୍ୟକର୍ତା ଏବଂ ସମର୍ଥକଙ୍କ ମଧ୍ୟରେ ବିଜୟର ଉତ୍ସବ ପାଳନ ହେଉଛି । 

Tags: