latest

୧୪କିମି ଚାଲିଚାଲି ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଲେ ସ୍ମୃତି ଇରାନୀ

Spread the News

ଲୋକସଭା ନିର୍ବାଚନରେ ଅମେଠି ଲୋକସଭା ଆସନରୁ ଐତିହାସିକ ବିଜୟ ପରେ ସ୍ମୃତି ଇରାନୀ ମୁମ୍ବାଇରେ ୧୪କିମି ପର୍ଯ୍ୟନ୍ତ ପାଦରେ ଚାଲି ସିଦ୍ଧିବିନାୟକଙ୍କ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହିତ ସିନେନିର୍ମାତା ଏକତା କପୁର ବି ଥିଲେ।

ଏକତା କପୁର ନିଜେ ଟୁଇଟ ଓ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରି ଏହାର ସୂଚନା ଦେଇଥିଲେ। ମନ୍ଦିର ଦର୍ଶନ ପୂର୍ବରୁ ଏକତା ସ୍ମୃତି ଇରାନୀ ସହିତ ସେଲଫି ନେଇ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ ଓ ଟୁଇଟରରେ ସେୟାର କରିଥିଲେ। ଫଟୋ ସେୟାର କରୁଥିବା ସମୟରେ ଏକ କ୍ୟାପସନ୍‌ ଲେଖିଥିଲେ, ‘ସିଦ୍ଧି ବିନାୟକ ପର୍ଯ୍ୟନ୍ତ ୧୪କିମି ଚାଲିବାର ପରର ଗ୍ଲୋ।

ଏକତାଙ୍କ ଏହି ପୋଷ୍ଟରେ ସ୍ମୃତି ଇରାନୀ କମେଣ୍ଟ କରି କହିଥିଲେ, ଏହା ଭଗବାନଙ୍କ ଇଚ୍ଛା ଥିଲା, ଭଗବାନ ଦୟାଳୁ ଅଟନ୍ତି।

Tags: