ମୋବାଇଲ ଭିଡିଓରୁ ଚିହ୍ନଟ ହେଲା ହତ୍ୟାକାରୀ

Spread the love

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ ଚିହ୍ନଟ ହୋଇଛି । ହତ୍ୟାକାରୀ ହେଉଛି ମୃତ ପ୍ରୀତମ ରାଉତରାୟର ବଡ଼ ଭାଇ ମାମୁନ ରାଉତରାୟ। ଗଣମାଧ୍ୟମରେ ହତ୍ୟାକାରୀର ମୋବାଇଲ ଭିଡିଓ ପ୍ରସାରଣ ପରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି ।

ଗତକାଲି ଦିନ ଦିପହରରେ ପ୍ରୀତମ ରାଉତରାୟକୁ ଗୋଡେଇ ଗୋଡେଇ ହାଣିଥିଲା ମାମୁନ ରାଉତରାୟ । ବିଚ୍ ରାସ୍ତାରେ ହାଣିବା ପରେ , ସୁରେଖା ଆପାର୍ଟମେଂଟ ନିକଟରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଚାଲିଯାଇଥିଲା ।

ଏତିକି ବେଳେ କେହି ଜଣେ ହତ୍ୟାକାରୀର ଚିତ୍ରକୁ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ । ହତ୍ୟାକାରୀ ଅତି ବେଫିକର ଢଙ୍ଗରେ ହତ୍ୟାକାଣ୍ଡ ଘଟାଇବା ପରେ କଟୁରୀ ଧରି ଫେରୁଥିଲା ।

Tags: