ଅଷ୍ଟମଶ୍ରେଣୀ ପାସ କରିଥିଲେ ବି ମିଳିବ ସରକାରୀ ଚାକିରି, ପଢନ୍ତୁ ପୁରା ରିପୋର୍ଟ

Spread the love

ଅଶ୍ଚମଶ୍ରେଣୀ ପାସ୍ କରି ଘରେ ବସିଥିବା ଯୁବକ ଓ ଯୁବତୀଙ୍କ ପାଇଁ  ଖୁସିଖବର । ଯଦି  କେଉଁଠି ସେମାନେ ଚାକିରି କରିନାହାନ୍ତି  ତେଣୁ ସେମାନଙ୍କୁ ସରକାରଙ୍କ ତରଫରୁ ବଡ ତୋଫା ମିଳିବାକୁ ଯାଉଛି । ଅଷ୍ଟମଶ୍ରେଣୀ  ପାସ୍ କରିଥିବା  ଯୁବକ ଯୁବତୀଙ୍କୁ ମିଳିବ ଚାକିରି । ପ୍ରକାଶ ଯେ,  Northern coalfields limitedରେ  ଯୋଗ୍ୟ ପ୍ରାର୍ଥୀଙ୍କ ଭର୍ତ୍ତି ନିଆଯାଉଛି । ଏହି କମ୍ପାନୀରେ 2482 ପଦ ଖାଲିପଡିଛି । ଏଥିରେ ବିଭିନ୍ନ ବିଭାଗରେ ପଦ ଖାଲିରହିଛି । ଗ୍ୟାସ ଏବଂ ଇଲେକ୍ଟ୍ରୋନିକରେ 162, ଇଲେକ୍ଟ୍ରିସିଆନରେ 1260, ଫିଟର- 840, ମେଟର ମେକାନିକ- 220ଟି ପଦ ଖାଲି ରହିଛି । 

ଏଥିପାଇଁ ଇଚ୍ଛୁକ  ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ ।  ଏଠାରେ କହି ରଖୁଛୁ ଯେ 11 ଜୁଲାଇ ଠାରୁ  ଉପରୋକ୍ତ ପଦ ପାଇଁ ଫର୍ମ ଆବେଦନ କରିପାରିବେ । ଏଠାରେ ସବୁଠାରୁ ବଡକଥା ହେଲା ଫର୍ମ ବାବଦକୁ କୌଣସି ଟଙ୍କା ଦେବାକୁ ପଡିବନି। ନିଶୁଳ୍କ ଭାବରେ  ପ୍ରାର୍ଥୀ ଆବେଦନ କରିପାରିବେ ।  ପ୍ରାର୍ଥୀଙ୍କ ବସୟ 16ରୁ  24 ବର୍ଷ  ମଧ୍ୟରେ ହୋଇଥିବା ଦରକାର । ଯୋଗ୍ୟତା ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । nclcil.in ଓ୍ବେବସାଇଟ ମାଧ୍ୟମରେ ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ ।

 

Tags: