ତରଭୂଜ ମୋଜିଟୋ

Spread the love

ଆବଶ୍ୟକୀୟ ସାମଗ୍ରୀ:

-ବରଫ ଖଣ୍ଡ :4ଟି

-ତରଭୂଜ: 2ଖଣ୍ଡ

-ସୋଢା :ଛୋଟ ଗ୍ଲାସ

-ଚିନି : 50ଗ୍ରାମ

-ପୁଦିନା ପତ୍ର : ଅଳ୍ପ

-ଜଲଜିରା : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ତରଭୂଜ ମଞ୍ଜି ବାହାର କରି କାଟି ଛୋଟ ଛୋଟ ଖଣ୍ଡ କରନ୍ତୁ । ଗ୍ରାଇଣ୍ଡର ପାତ୍ରରେ କଟା ତରଭୂଜ ଓ ଚିନି ପକାଇ ସେଥିରେ ଅଳ୍ପ ପୂଦିନା ପତ୍ର ପକାଇ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ଗ୍ରାଇଣ୍ଡି ହୋଇଥିବା ତରଭୂଜକୁ ଏକ ଗ୍ଲାସରେ ବାହାର କରନ୍ତୁ । ଅନ୍ୟ ଏକ ଗ୍ଲାସ ନେଇ ସେଥିରେ 2ଖଣ୍ଡ ବରଫ ,ପୂଦିନା ପତ୍ର ,ଜଳଜିରା ପକାଇ ସେଥିରେ ସୋଢା ପକାନ୍ତୁ । ସେହି ଗ୍ଲାସରେ ବଟା ତରଭୂଜ ଅଳ୍ପ ପକାଇ ଗୋଳାନ୍ତୁ । ସେଥିରେ ତରଭୂଜ କାଟି ଗ୍ରାନିସିଙ୍ଗ କରନ୍ତୁ । ପ୍ରସ୍ତୁତ ହୋଇଗଲା ତରଭୂଜ ମୋଜିଟୋ ।

Tags: