ଖୁବ୍ ଶୀଘ୍ର ବଜାରକୁ ପ୍ରବେଶ କରିବ 6ଟି କ୍ୟାମେରା ଯୁକ୍ତ ଫୋନ

Spread the love

ସ୍ମାର୍ଟଫୋନ କମ୍ପାନୀଙ୍କ ମଧ୍ୟରେ ଏବେ ଜୋରଦାର ପ୍ରତିଯୋଗିତା ଲାଗିରହିଛି | ନୂଆ ନୂଆ ବୈଶିଷ୍ଟ୍ୟ ସାଙ୍ଗକୁ ଅଧିକ ଫିଚର ସହ କମ୍ପାନୀମାନେ ଫୋନ ଲଞ୍ଚ କରୁଛନ୍ତି | ଯଦି କେଉଁ ବୈଶିଷ୍ଟ୍ୟକୁ ନେଇ ଏବେ ଅଧିକ ପ୍ରତିଯୋଗିତା ଚାଲିଛି ତାହା ହେଉଛି ସଂଖ୍ୟାଧିକ କ୍ୟାମେରା | ଏବେ ସର୍ବାଧିକ ୫ଟି କ୍ୟାମେରା ଯୁକ୍ତ ସ୍ମାର୍ଟଫୋନ ମାର୍କେଟରେ ଉପଲବ୍ଧ ହେଉଛି |

ତେବେ ଏହି ପ୍ରତିଯୋଗିତା ମଧ୍ୟରେ ସୋନି ଏଭଳି ଏକ ଫୋନ ଲଞ୍ଚ କରିବାକୁ ଯାଉଛି | ଯେଉଁଥିରେ 2.4, ବା 5ଟି କ୍ୟାମେରା ନାହିଁ ବରଂ 6ଟି କ୍ୟାମେରା ରହିଛି | ଏହି ଫୋନ ରେ ସ୍ନାପଡ୍ରଗନ 855 ବା ମିଡ଼ିଆଟେକ ୫ଜି ପ୍ରୋସେସର ଦିଆଯିବା ନେଇ ଚର୍ଚ୍ଚା ହେଉଛି |

ସୂଚନା ଥାଉ କି କିଛି ଦିନ ତଳେ ଲଞ୍ଚ ହୋଇଥିବା ସାମସଙ୍ଗ ଗ୍ୟାଲେକ୍ସି ଏସ-10+ରେ ତିନିଟି ରିୟର କ୍ୟାମେରା ଉପଲବ୍ଧ ଅଛି | ସେହିପରି ଅନର 20ରେ 4ଟି ରିୟାର କ୍ୟାମେରା ଦିଆଯାଇଛି | ନୋକିଆ 9 ମଡେଲରେ ସର୍ବାଧିକ 5ଟି କ୍ୟାମେରା ରହିଛି |

Tags:

Leave a Reply

Your email address will not be published. Required fields are marked *