ବିହାରରେ ଚମକି ଜ୍ବର ଆତଙ୍କ, 11 ଦିନରେ 60 ଶିଶୁ ମୃତ

Spread the love

ବିହାରରେ ଚମକି ଜ୍ବରର ଆତଙ୍କ ଖେଳି ଯାଇଛି । ଗତ 11 ଦିନ ମଧ୍ୟରେ 60 ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଶିଶୁ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ମୁଜାଫରପୁର ଏସକେଏମସିଏଚ ଏବଂ କେରଜିଓ୍ବାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ 5 ଶିଶୁଙ୍କ ମୃତ୍ୟୁ ହୋଇଯାଇଛି । ଏବେ ନୂଆ 154 ଶିଶୁ ଜାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଏଭଳି ଶିଶୁମଡକକୁ ନଜରରେ ରଖି ପଟନା ମୁଖ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ବସିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡା. ଆରଡି ରଂଜନ, ଡା. ଏମପି ଶର୍ମା ଏବଂ ଉପରିସ୍ଥ ଅଧିକାରୀମାନେ ସ୍ବାସ୍ଥ୍ୟସମ୍ଭନ୍ଧୀୟ ପରିକ୍ଷା ନିରିକ୍ଷା କରି ଫେରିଛନ୍ତି । ଏହାପରେ ଏକ  ଡାକ୍ତରୀ ଟିମ କେଜରିଓ୍ବାଲ ହସ୍ପିଟାଲରେ ପହଞ୍ଚି ଶିଶୁଙ୍କ ସ୍ବାସ୍ଥ୍ୟ ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ସିବଲ ସର୍ଜରୀ  ଡାକ୍ତର କହିଛନ୍ତି ମଙ୍ଗଳବାର ଦିନ 4 ଶିଶୁଙ୍କ ମୃତ୍ୟୁ ଚମକି ଜ୍ବର ଯୋଗୁ ହୋଇଛି ।  

Tags: