3 ସିଆରପିଏଫ ଯବାନ ସହିଦ, 2 ଆତଙ୍କବାଦୀ ନିହତ

Spread the love

ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ଏକ ଆତ୍ମଘାତି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ 3 ଜଣ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ଆଉ 4 ଜଣ ଆହତ ହୋଇଛନ୍ତି । ବସଷ୍ଟାଣ୍ଡ ନିକଟରେ ପେଟ୍ରୋଲିଂ କରୁଥିବା ସିଆରପିଏଫର 116 ବାଟାଲିୟନ ଉପରକୁ ଆତଙ୍କବାଦୀମାନେ ବାଇକରେ ଆସି ଗୁଳିଚଳାଇବା ପରେ ଯବାନମାନ ତୁରନ୍ତ ଏହାର ଜବାବ ଦେଲେ । ଏହି ଘଟଣା ପରେ ଉକ୍ତ ସ୍ଥାନକୁ ଅଧିକ ସୁରକ୍ଷା ବଳ ପଠାଯାଇଛି ।

ଏହି ଘଟଣାରେ ସୁରକ୍ଷା ବାହିନୀ 2ଜଣ ଆତଙ୍କବାଦୀଙ୍କୁ ମାରିଦେଇଛନ୍ତି । ତେବେ ଉକ୍ତ ଅଞ୍ଚଳରେ ଆଉ ଏକ ଆତଙ୍କବାଦୀ ଲୁଚି ରହିଥିବାରୁ ଗୁଳିବିନିମୟ ଜାରି ରହିଛି । ରାଜ୍ୟରେ ଅମରନାଥ ଯାତ୍ରା ଆରମ୍ଭ ହେବାର କିଛି ସପ୍ତାହ ବାକି ଥିବାବେଳେ ଏହି ଆତଙ୍କବାଦୀ ଆକ୍ରମଣ ସରକାରଙ୍କ ଚିନ୍ତା ବଢେଇଦେଇଛି । ଏହି ଘଟଣାରେ ଆଉ 5 ଜଣ ଯବାନ ଆହତ ହୋଇଥିବା ଖବର ମିଳିଛି ।  ହିଜବୁଲ ମୁଜାହିଦ୍ଦିନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ।

Tags: